ଓଡ଼ିଶାମୁଖ୍ୟ ଖବର

ସ୍ଥାନାନ୍ତରିତ ହେବ ୟୁନିଟ-୧ ପରିବା ହୋଲେସେଲ୍‍ ମାର୍କେଟ

ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ  ୟୁନିଟ-୧ ପରିବା ହୋଲେସେଲ୍‍ ମାର୍କେଟ ସ୍ଥାନାନ୍ତର କରାଯିବା ନେଇ ଆଜି ଖବର ମିଳିଛି।

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ  ୟୁନିଟ-୧ ପରିବା ହୋଲେସେଲ୍‍ ମାର୍କେଟ ସ୍ଥାନାନ୍ତର କରାଯିବା ନେଇ ଆଜି ଖବର ମିଳିଛି। । ପରିବା ହାଟ ସ୍ଥାନାନ୍ତର ପାଇଁ ଭଗବାନପୁରରେ ୧୦ ଏକର ଜାଗା ଚିହ୍ନଟ କରାଯାଇଛି। ହୋଲସେଲ ଲାଗି ସେଠାରେ ସବୁ ପ୍ରକାର ସୁବିଧା ସୁଯୋଗ ସହ ଶୀତଳଭଣ୍ଡାର ଏବଂ ଭିତ୍ତିଭୂମି ରହିଛି। ସହର ମଧ୍ୟରେ ଗହଳି କମାଇବା ସହ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି  ବିଏମସି ଅତିରିକ୍ତ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଭଗବାନପୁରକୁ ହୋଲସେଲ ମାର୍କେଟ ସ୍ଥାନାନ୍ତରଣ ଲାଗି ବିଏମସିର ନିଷ୍ପତ୍ତିକୁ ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ସ୍ୱାଗତ କରିଛି । ସଂଘର କହିବା କଥା, ୧୯୫୭ ମସିହାରୁ ୟୁନିଟ-୧ରେ ୪ଏକର ଜାଗା ଉପରେ ଅଛି ପରିବା ହୋଲସେଲ ମାର୍କେଟ । ଏବେ ଏଠାରେ ୪୯ ଜଣ ପରିବା ହୋଲସେଲ ବ୍ୟବସାୟୀ ଅଛନ୍ତି । ପ୍ରତିଦିନ ଏଠାକୁ ରାଜ୍ୟ ବାହାରୁ ୨୦୦ରୁ ଅଧିକ ଟ୍ରକ ଯିବା ଆସିବା କରୁଛି । ପରିବା ନେବା ଆଣିବାରେ ମଧ୍ୟ ଅନେକ ସମସ୍ୟା ଉପୁଜୁଛି । ତେବେ ଏଠାରେ ସ୍ଥାନ ଅଭାବରୁ ପରିବା ହୋଲସେଲ ମାର୍କେଟ ସ୍ଥାନାନ୍ତର ଲାଗି ୨୦୦୭ରୁ ଦାବି କରି ଆସୁଥିଲା ସଂଘ । ଏବେ ବିଏମସି ପକ୍ଷରୁ ପରିବା ହୋଲସେଲ ମାର୍କେଟ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି । ଏହାସହ ପାଣି, ବିଜୁଳି, ସଡ଼କ ଭଳି ଅନ୍ୟ ଆନୁଷଙ୍ଗିକ ସୁବିଧା କଲେ ପରିବା ହୋଲସେଲ ବ୍ୟବସାୟୀ ସେଠାକୁ ସ୍ଥାନାନ୍ତର ହେବେ ବୋଲି କହିଛନ୍ତି ରାଜଧାନୀ କଞ୍ଚା ପରିବା ମହାସଂଘ ସଭାପତି ।

Show More

Related Articles

Back to top button