Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ସବୁଜ ବାଣ ବିକ୍ରି ପ୍ରସଙ୍ଗ, ନିଷ୍ପତ୍ତି ନେବେ SRC

ରାଜ୍ୟରେ ସବୁଜ ବାଣ ବିକ୍ରିକୁ ମିଳିପାରେ ଗ୍ରୀନ ସିଗିନାଲ । ଏନେଇ ନିଷ୍ପତ୍ତି ନେବେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ଏହା କହିଛନ୍ତି । ଆସନ୍ତା କାଲି ସକାଳ ୧୧ ଟା ବେଳେ ଏସଆରସି ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବୁନାଲ ଙ୍କ ନିର୍ଦ୍ଧେଶାବଳି ଏବଂ କୋଭିଡ଼ ପ୍ରୋଟକଲ କୁ ଦୃଷ୍ଟିରେ ରଖିବାକୁ ହାଇକୋର୍ଟ ତାଙ୍କ ନିର୍ଦ୍ଧେଶରେ ସ୍ପଷ୍ଟ କରିଛନ୍ତି ।ଶୁଣାଣି ପରେ ଆସନ୍ତା ସୋମବାର ସାଢ଼େ ୧୦ଟା ସୁଦ୍ଧା ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଏସଆରସି ଦାଖଲ କରିବେ ।

ସେହିଦିନ ଅପରାହ୍ନ ଦୁଇଟା ସମୟରେ ହାଇକୋର୍ଟ ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ ବୋଲି କହିଛନ୍ତି । ଆଗକୁ ଦୀପାବଳୀ ଆସୁଛି ।ଏହି ସମୟରେ କରୋନା ସଂକ୍ରମଣ ବଢ଼ିବା ଆଶଂକା ରହୁଛି । ତେଣୁ ନିଷ୍ପତ୍ତି କଣ ନିଆଯିବ କାଲି ଜଣାପଡ଼ିବ ।

Show More

Related Articles

Back to top button