Breaking PLUSଦେଶମୁଖ୍ୟ ଖବର

ଟିକାକରଣ କ୍ଷେତ୍ରରେ ମହାଅଭିଯାନ : ଆରମ୍ଭ ହେବ ‘ହର ଘର ଦସ୍ତକ’

ଟିକାକରଣ କ୍ଷେତ୍ରରେ ରେକର୍ଡ କରିଛି ଭାରତ । ମାତ୍ର ୨୭୮ ଦିନ ମଧ୍ୟରେ ୧୦୦ କୋଟି ଡୋଜ ଟିକା ପ୍ରଦାନ କରି ରେକର୍ଡ କରିଛି ଭାରତ । ସାରାଦେଶରେ ଜୋରସୋରରେ ଚାଲିଛି ଗଣଟିକାକରଣ । ଏହାରି ଭିତରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ମହାଅଭିଯାନ । ଯାହାର ନାମ ହେଉଛି ”ହର ଘର ଦସ୍ତକ” ଅଭିଯାନ । ଏହା ନଭେମ୍ବର ୨ରୁ ଆରମ୍ଭ ହୋଇ ମାସେ ଯାଏ ଚାଲିବ । ଘରକୁ ଘର ଯାଇ ଦିଆଯିବ ଟିକା । ଆରମ୍ଭ ହେବ ଡୋର୍ ଟୁ ଡୋର୍ କ୍ୟାମ୍ପେନ ।

କରୋନା ଟିକାର ପ୍ରଥମ ଡୋଜ୍ ନେଇନଥିବା ଏବଂ ୨ୟ ଡୋଜ ପାଇବାକୁ ଯୋଗ୍ୟ ଥିବା ଲୋକଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟକର୍ମୀ ଟିକା ପ୍ରଦାନ କରିବେ । ତେବେ କେନ୍ଦ୍ରସରକାରଙ୍କ ପକ୍ଷରୁ ”ହର ଘର ଦସ୍ତକ” ଅଭିଯାନ ଆରମ୍ଭ ହେବ । ମାସେ ଯାଏଁ ଚାଲିବ ଏହି ମେଗା ଭ୍ୟାକସିନେସନ ପ୍ରୋଗ୍ରାମ୍ । ୫୦ ପ୍ରତିଶତରୁ କମ୍ ଟିକାକରଣ ହୋଇଥିବା ଏଭଳି ୪୮ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହିସବୁ ଜିଲ୍ଲାରେ ଟିକାକରଣ କରାଯିବ ।

Show More

Related Articles

Back to top button