Breaking PLUSମୁଖ୍ୟ ଖବରସେଲିବ୍ରିଟି

ଅଭିନେତା ପୁନିତ ରାଜକୁମାରଙ୍କ ଦେହାନ୍ତ

ପରଲୋକରେ କନ୍ନଡ଼ ଅଭିନେତା ପୁନିତ ରାଜକୁମାର । ଆଜି ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମାତ୍ର ୪୬ ବର୍ଷ ବୟସରେ ପୁନିତଙ୍କ ଦେହାନ୍ତ ହୋଇଛି । ସେ କନ୍ନଡ଼ ସୁପରଷ୍ଟାର ଭାବେ ବେଶ୍ ଜଣାଶୁଣା । ପୁନିତ ଦିବଂଗତ ଅଭିନେତା ରାଜକୁମାରଙ୍କ ପୁଅ ଥିଲେ ଓ ପ୍ରଶଂସକଙ୍କ ମଧ୍ୟରେ ‘ଅପ୍ପୁ’ ନାମରେ ଲୋକପ୍ରିୟ ଥିଲେ ।

ବେଙ୍ଗାଲୁରୁ ବିକ୍ରମ ହସ୍ପିଟାଲର ଡାକ୍ତର ରଙ୍ଗନାଥ ନାୟକ କହିଛନ୍ତି ଯେ, ଅଭିନେତା ପୁନିତ ରାଜକୁମାରଙ୍କୁ ସକାଳ ସାଢେ ୧୧ ତା ସମୟରେ ଛାତିରେ ଯନ୍ତ୍ରଣା ଅନୁଭୂତ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା । ହସ୍ପିଟାଲ ଅଣାଯିବା ସମୟରେ ତାଙ୍କ ସ୍ଥିତି ଗମ୍ଭୀର ଥିଲା । ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ତାଙ୍କୁ ବଞ୍ଚାଇ ହେଲାନାହିଁ ।

ପୁନିତ ରାଜକୁମାର ଶିଶୁ କଳାକାର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କ ନାଁ କନ୍ନଡ଼ ଫିଲ୍ମ ଜଗତରେ ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ମଧ୍ୟରେ ସାମିଲ ଅଛି । ୧୯୮୬ ମସିହାରେ ସେ ଶିଶୁ କଳାକାର ଭାବେ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ ।

Show More

Related Articles

Back to top button