Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରସନ୍ନଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ

ପ୍ରସନ୍ନଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ । ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ୧୯ ଘଣ୍ଟା ଚଢାଉ କରିଛି ଭିଜିଲାନ୍ସ । ସମ୍ପତ୍ତି ତାଲିକା କରିବା ପରେ ରିମାଣ୍ଡରେ ନେବ ଭିଜିଲାନ୍ସ । ଗୁରୁବାର ରାତି ୧୨ଟା ପର୍ୟ୍ୟନ୍ତ ରେଡ୍ କରିବା ପରେ ପ୍ରସନ୍ନଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ । ଗତକାଲି ଏକକାଳୀନ ପ୍ରସନ୍ନଙ୍କ ନାମରେ ଥିବା ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

ସୂଚନା ଅନୁଯାୟୀ, ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଚାକିରିରୁ ବହିଷ୍କୃତ ହୋଇଥିଲେ କନଷ୍ଟେବଳ ପ୍ରସନ୍ନ ବେହେରା । ବର୍ତ୍ତମାନ ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଗତକାଲି ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରି କନଷ୍ଟେବଳଙ୍କ ସମ୍ପତ୍ତି ଦେଖି ତାଜୁବ୍ ହୋଇଯାଇଛି । ରାଜଧାନୀରେ ଫ୍ଲାଟ୍, ଦୁଇ ଦୁଇଟି ଦାମୀ ଫର୍ଣ୍ଣିଚର ସୋ ରୁମ୍ ସାଙ୍ଗକୁ ପ୍ରାୟ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଏଥିସହ ପ୍ରସନ୍ନଙ୍କର ୨୧ଟି ବ୍ୟାଙ୍କ ପାସବୁକ୍, ୫୦ ଲକ୍ଷର ବୀମା ଜବତ, ପତ୍ନୀଙ୍କ ନାମରେ ସୁନ୍ଦରପଦାରେ ୨୪ ଲକ୍ଷର ଫ୍ଲାଟ ଏବଂ ପୈତୃକ ଗାଁରେ ୪୫ ଲକ୍ଷର ଜମି ଠାବ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ତାଙ୍କଠାରୁ ୫ କୋଟିର ବେଆଇନ ସମ୍ପତ୍ତି ଠାବ ହୋଇଛି । ଆଜି ଡିଏ କେସର ମାମଲା ରୁଜୁ କରିବା ପରେ ପ୍ରସନ୍ନଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ ।

Show More

Related Articles

Back to top button