Breaking PLUSମୁଖ୍ୟ ଖବର

ଯାଆଁଳା ସନ୍ତାନର ଜନକ ହୋଇଛନ୍ତି ଦୀନେଶ କାର୍ତ୍ତିକ

ଭାରତୀୟ କ୍ରିକେଟ୍ ଦଳର ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ଯାଆଁଳା ସନ୍ତାନର ପିତା ହୋଇଛନ୍ତି । ଦିନେଶ ଓ ପତ୍ନୀ ସ୍କ୍ୱାସ ତାରକା ଦୀପିକା ପାଲିକଲ ଏ ବାବଦରେ ସୂଚନା ଦେଇଛନ୍ତି । ଗୁରୁବାର ଯାଆଁଳା ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି ଦୁହେଁ । ପତ୍ନୀ ଏବଂ ଯାଆଁଳା ପୁଅଙ୍କ ସହ ଏକ ଫଟୋ ମଧ୍ୟ କାର୍ତ୍ତିକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆମେ ଏବେ ୩ରୁ ୫ ହେଲୁ ବୋଲି ଉଲ୍ଲେଖ କରିଛନ୍ତି । ଦୀପିକା ଓ ମୁଁ ଏବେ ଦୁଇ ଜଣ ପୁତ୍ର ସନ୍ତାନର ପିତାମାତା ହେବାର ସୌଭାଗ୍ୟ ପାଇଲୁ ବୋଲି କାର୍ତ୍ତିକ ଏହି ଫଟୋର ଶିରୋନାମାନରେ ଲେଖିଛନ୍ତି । ଦୀନେଶ ଓ ଦୀପିକା ଏହି ଦୁଇ ନବଜାତକ ସନ୍ତାନର ନାମ କବୀର ପାଲିକଲ କାର୍ତ୍ତିକ ଓ ଜିଆନ ପାଲିକଲ କାର୍ତ୍ତିକ ରଖିଛନ୍ତି ।

Show More

Related Articles

Back to top button