ଅପରାଧଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ସାମାନ୍ୟ ତରକାରୀ ପାଇଁ ମା’କୁ କୁରାଢ଼ିରେ ହାଣିଲା ପୁଅ

ରାସଗୋବିନ୍ଦପୁର: ସାମାନ୍ୟ ତରକାରୀ ପାଇଁ ମା’କୁ କୁରାଢ଼ିରେ ହାଣିଲା ପୁଅ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଖୁଣ୍ଟାପାଳ ପଞ୍ଚାୟତ ଚକୁଳିଆ ଗ୍ରାମରେ । ମୃତକ ଜଣକ ହେଲେ ଗୁରୁବାରି ହେମ୍ବ୍ରମ । ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ୍ ।

ମିଳିଥିବା ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ଗୁରୁବାରିଙ୍କ ପୁଅ ଲାସ ହେମ୍ବ୍ରମ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ମାଙ୍କୁ ଖାଦ୍ୟ କଣ ହୋଇଛି ବୋଲି ପଚାରିବାରୁ ମା ବାଇଗଣ ତରକାରୀ ହୋଇଛି ବୋଲି କହିଥିଲେ । ଏହି ସାମାନ୍ୟ କଥାରେ ଉତ୍ତ୍ୟକ୍ତ ହୋଇ  ‘ବାଇଗଣ ତରକାରୀ କାହିଁକି କରିଛୁ? ମୁଁ ଖାଇବିନି କହି କୁରାଢ଼ିରେ ବାରମ୍ବାର ଆଘାତ କରି ମା’ଙ୍କୁ ଆକ୍ରମଣ କରିଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘୋଷାଡ଼ି ଘୋଷାଡ଼ି ଅତି ମିର୍ମମ ଭାବେ ପିଟିଥିଲା ନୃଶଂସ ପୁଅ । ଫଳରେ ଘଟଣାସ୍ଥଳରେ ହିଁ ଗୁରୁବାରିଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଘରେ ଥିବା ଶଯ୍ୟାଶାୟୀ ଆଈ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଲାସ ଆକ୍ରମଣ କରିଥିଲା ।

ପରଦିନ ସକାଳୁ ମା’ଙ୍କ ମୃତ୍ୟୁ ହୋଇଥିବା କହି ଶବ ସତ୍କାର ନିମନ୍ତେ ଗ୍ରାମବାସୀଙ୍କୁ ଡାକିଥିଲା ଲାସ । ଗ୍ରାମବାସୀମାନେ ପହଞ୍ଚି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରି ରାସଗୋବିନ୍ଦପୁର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ରାସଗୋବିନ୍ଦପୁର ପୋଲିସ୍  ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ କୁରାଢ଼ିକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ।

 

Show More

Related Articles

Back to top button