ଓଡ଼ିଶାଦେଶଭକ୍ତିସ୍ୱତନ୍ତ୍ର

ଭାଜନସମ୍ରାଟ ଭିକାରୀ ବଳଙ୍କ ଜନ୍ମଜୟନ୍ତୀ

ଭୁବନେଶ୍ୱର : ଭଜନ ସମ୍ରାଟ ଭିକାରୀ ବଳ ସେ ଭକ୍ତି ସଙ୍ଗୀତର ଥିଲେ ଜଣେ ସ୍ରଷ୍ଟା । ତାଙ୍କ ଭଜନ ଶୁଣିଲେ ଲାଗେ ସତରେ ଯେମିତି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ଯେମିତି ନିଜେ ତାଙ୍କ ଡାକରେ ବିମୋହିତ ହୋଇଯାଉଛନ୍ତି । ସତରେ ସେ ଆଜିବି ସବୁ ଭଜନ ପ୍ରେମି ମାନଙ୍କ ମନରେ ଅମର । ଆଜି ହଉଛି ସେହି ପୁଣ୍ୟ ଆତ୍ମା ଭଜନ ସମ୍ରାଟ ଭିକାରିବଳ ଙ୍କ ଜନ୍ମ ତିଥି । ଭାବର ଠାକୁରଙ୍କ ପାଇଁ ସେ ଥିଲେ ଭାବର ଗାୟକ । କେତେବେଳେ କୋଠ ଭୋଗଖିଆ ତ ଆଉ କେତେବେଳେ ବଡ ଦେଉଳର ପାରା । ପୁଣି କେତେବେଳେ ହାତରେ ମୁଠାମୁଠା ଶରଧାବାଲି । ତାଙ୍କ କଣ୍ଠର ପ୍ରତିଟି ସଙ୍ଗୀତ ଭକ୍ତିରସର ଭାବଧାରା ପ୍ଳାବିତ କରେ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ । ତାଙ୍କ ସଙ୍ଗୀତରେ ଥିଲା ଭାବ ଆଉ ଭକ୍ତି । ଥିଲା ପୁଣି କାଳିଆ ଠାକୁରଙ୍କ ପାଇଁ ସମର୍ପଣର ଭାବ । ସେଥିପାଇଁ ତ ସେ ଭିକାରୀ ବଳରୁ ବନିଗଲେ କୋଟି ଓଡିଆଙ୍କ ହୃଦୟର ଭଜନ ସମ୍ରାଟ । ଆଜି ଏହି ମହାନ ବ୍ୟକ୍ତିଙ୍କର ଜନ୍ମ ବାର୍ଷିକୀ । ୧୯୨୯ ମସିହା ମେ ୨୫ ତାରିଖରେ ଓଡିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ଗ୍ରହଣ କରିଥିଲେ ଭିକାରୀ ବଳ । ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ ବଳ । ତାଙ୍କ ମାଆଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, ତେଣୁ କେବଳ ଭିକାରି ହିଁ ବଞ୍ଚି ରହିବାରୁ ଭଗବାନଙ୍କ କୃପା ଭାବି ତାଙ୍କ ନାମ ରଖାଯାଇଥିଲା ‘ଭିକାରୀ’। ସେ ‘ପ୍ରାଣ ମିତଣି ବାରେ ଚାହାଁ’ରେ ଗୀତ ପାଇଁ ଅନେକ ଲୋକପ୍ରିୟତା ଅର୍ଜନ କରିଥିଲେ । କିନ୍ତୁ ତାଙ୍କୁ ଅଧିକ ଲୋକପ୍ରିୟତା ‘କୋଠ ଭୋଗଖିଆ’ ଗୀତରୁ ହିଁ ମିଳିଥିଲା। ଏହି ଗୀତ ୭୦ ଦଶକରେ ଏକ ବହୁଳ ଲୋକପ୍ରିୟ ଗୀତର ମାନ୍ୟତା ପାଇଥିଲା । ସେହିପରି ତାଙ୍କର ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦ ଆବୃତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।

 

Show More

Related Articles

Back to top button