Breaking PLUSଦେଶମୁଖ୍ୟ ଖବର

ବାରଣାସୀରେ ଅଲ ଇଣ୍ଡିଆ ମେୟର୍ସ କନଫରେନ୍ସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଅଲ ଇଣ୍ଡିଆ ମେୟର୍ସ କନଫରେନ୍ସ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସ ମାଧ୍ୟମରେ ନରେନ୍ଦ୍ର ମୋଦି ଏହି କନ୍ଫରେନ୍ସକୁ ଉଦଘାଟନ କରିଛନ୍ତି । ବିଭିନ୍ନ ରାଜ୍ୟର ୧୨୦ଜଣ ମେୟର୍ସ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଛନ୍ତି । ଏହି ମେୟର କନଫରେନ୍ସର ମୁଖ୍ୟ ଲକ୍ଷ ହେଉଛି ନ୍ୟୁ ଇଣ୍ଡିଆ ।

ଏହି ସମ୍ମିଳନୀରେ ମୋଦି କହିଛନ୍ତି ଯେ ସହରାଞ୍ଚଳକୁ ବିକାଶ କରାଯିବ । ସହାରାଞ୍ଚଳର ଭିତ୍ତିଭୂମି ସୁବିଧା କରିବା ପାଇଁ ଏକାଧିକ ଯୋଜନା ଆରମ୍ଭ କରିଛନ୍ତି ମୋଦି । ସହାରାଞ୍ଚଳର ସମସ୍ୟା ସମ୍ପର୍କରେ ମେୟର୍ସ ମାନଙ୍କୁ ଅବଗତ କରାଯାଇଥିଲା ଏହି ସମ୍ମିଳନୀରେ ।

ଉତ୍ତର ପ୍ରଦେଶ ଏଭଳି ଏକ ରାଜ୍ୟ ଯେଉଁଠାରେ ଗତ ୫ ବର୍ଷ ଭିତରେ ସହରାଞ୍ଚଳର ବିକାଶ ଦ୍ରୁତ ଗତିରେ ଆଗେଇଛି ବୋଲି ମୋଦି କହିଥିଲେ । ସହରାଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ଏହି ସମ୍ମିଳନୀ ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ ।

Show More

Related Articles

Back to top button