ଦେଶଦେଶ ବିଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ବ୍ରିଟେନ ଗସ୍ତରେ ରାଷ୍ଟ୍ରପତି

ଆଜିଠୁ ୧୯ ତାରିଖ ପର୍ଯ୍ୟନ୍ତ ବ୍ରିଟେନ ଗସ୍ତରେ ଯିବେ ରାଷ୍ଟ୍ରପତି । ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଆଜି ବ୍ରିଟେନ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତ ସରକାରଙ୍କ ତରଫରୁ ରାଣୀଙ୍କ ଦେଶ ଏବଂ ପରିବାରକୁ ସମବେଦନା ଜଣାଇବେ ରାଷ୍ଟ୍ରପତି ।

୧୯ ସେପ୍ଟେମ୍ବରରେ ୱେଷ୍ଟମିନିଷ୍ଟର ଆବେରେ ୨୦୦୦ ଭିଆଇପି ଅତିଥିଙ୍କ ସମ୍ମୁଖରେ ହେବ ରାଣୀଙ୍କ ଅନ୍ତିମ ସଂସ୍କାର । ବ୍ରିଟେନ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଦିନକୁ ଏକ ସାର୍ବଜନୀନ ଛୁଟି ଘୋଷଣା କରାଯାଇଛି । ବ୍ରିଟେନର ସ୍ୱର୍ଗତ ରାଣୀ ଏଲିଜାବେଥଙ୍କ ମୃତଦେହ ମଙ୍ଗଳବାର ସ୍କଟଲ୍ୟାଣ୍ଡରୁ ଲଣ୍ଡନରେ ପହଞ୍ଚିଛି । ତାଙ୍କର କଫିନ୍ ୱେଷ୍ଟମିନିଷ୍ଟର୍ ହଲରେ ରଖାଯାଇଛି । ସୋମବାର ଦିନ ଅନ୍ତିମ ସଂସ୍କାର କରାଯିବ ।

 

Show More

Related Articles

Back to top button