ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଆଜି ପ୍ରଧାନମନ୍ତ୍ରୀଙ୍କ ୭୨ତମ ଜନ୍ମଦିନ, ଏହି ଅବସରରେ ଭାରତକୁ ଦେଲେ ବଡ ଉପହାର

ଆଜି ପ୍ରଧାନମନ୍ତ୍ରୀଙ୍କ ୭୨ତମ ଜନ୍ମଦିନ । ୭୨ ବର୍ଷ ବୟସରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମଗ୍ର ଭାରତ ବର୍ଷ ଆଜି ଭିନ୍ନ ଭିନ୍ନ ଅନ୍ଦାଜରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିଜ ଜନ୍ମଦିନରେ ଏକ ବଡ଼ ଉପହାର ଦେଉଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ଆଜି ବିଭିନ୍ନ ସ୍ଥାନରେ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି ।

ଦୀର୍ଘ ୭୦ବର୍ଷ ପରେ ଭାରତକୁ ୮ ଆଠଟା ଚିତାବାଘ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନାମିବିୟାରୁ ଭାରତ ଅଣାଯାଇଥିବା ୮ ଚିତାଙ୍କୁ ନେଇ ମୋଦିଜୀ ପ୍ରଥମେ ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟରେ ଛାଡିବେ । ଏହାପରେ ଚିତାବାଘଙ୍କୁ ନେଇ ସେ ଦେଶକୁ ସମ୍ବୋଧିତ କରିବେ। ତା’ପରେ ସେ ମଧ୍ୟପ୍ରଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ମିଳନୀରେ ଭାଷଣ ଦେବେ। ଏହି କାର୍ଯ୍ୟକ୍ରମ ପରେ ସେ ବିଶ୍ୱକର୍ମା ପୂଜା ଅବସରରେ ଆଇଟିଆଇ ଛାତ୍ରମାନଙ୍କ ପ୍ରଥମ ସମାରୋହରେ ଛାତ୍ରମାନଙ୍କୁ ସମ୍ବୋଧିତ କରିବେ ।

ସନ୍ଧ୍ୟାରେ ସେ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଲଜିଷ୍ଟିକ୍ ପଲିସି ଆରମ୍ଭ କରିବେ ଏବଂ ଏହି ଅବସରରେ ଭାଷଣ ଦେବେ । ପରେ ବିଜେପି ପାର୍ଟି ମୁଖ୍ୟାଳୟରୁ ସମସ୍ତ ରାଜ୍ୟ ମୁଖ୍ୟାଳୟ ଏବଂ ଜିଲ୍ଲା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନୀ ଉପରେ ଆଧାର କରି ଯେଉଁ ପ୍ରଦର୍ଶନୀର ଆୟୋଜନ କରାଯାଇଛି ତାକୁ ଦେଖିବେ ।

 

Show More

Related Articles

Back to top button