ଅପରାଧଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ବନ ବିଭାଗର ମେସେଜ- ସାବଧାନ ରୁହନ୍ତୁ, ବୁଲୁଛି ହାତୀ

କେନ୍ଦୁଝର : ‘ସାବଧାନ ରୁହନ୍ତୁ, ଗାଁ ପାଖରେ ବୁଲୁଛି ହାତୀ। ଆବଶ୍ୟକ ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ। ଅତ୍ୟାବଶ୍ୟକ ହେଲେ ସମସ୍ତେ ମଶିକି ଯାଆନ୍ତୁ। ସନ୍ଧ୍ୟା ହୋଇଥିଲେ ହାତରେ ଲାଇଟ୍‌ ଧରି ଯିବାକୁ ଭୁଲନ୍ତୁ ନାହିଁ।’ କିଛି ଦିନ ହେବ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଗାଁରେ ଏପରି ସତର୍କ ସୂଚନା ଶୁଣିବାକୁ ମିଳୁଛି। ହାତୀଙ୍କ କବଳରୁ ମଣିଷଙ୍କୁ ରକ୍ଷା କରିବାକୁ କେନ୍ଦୁଝର ବନ ବିଭାଗ ଆରମ୍ଭ କରିଛି ଏପରି ଏକ ଅଭିନବ ଉପାୟ । ଖାଦ୍ୟ ଅନ୍ୱେଷଣରେ ଗାଁମୁହାଁ ହେଉଥିବା ହାତୀ ପଲଙ୍କ ଯୋଗୁଁ ଅନେକ ସମୟରେ ମୃତ୍ୟୁମୁଖରେ ପଡ଼ୁଛି ମଣିଷ। ବର୍ଷ ବର୍ଷ ଧରି ଚାଲିଥିବା ହାତୀ-ମଣିଷ ଲଢ଼େଇରେ ଉଭୟ ପକ୍ଷ କ୍ଷତିଗ୍ରସ୍ତ ହେଉଛନ୍ତି। ହେଲେ ଆଗକୁ ଏପରି ସ୍ଥିତି ଉପୁଜିବ ନାହିଁ। କାରଣ ହାତୀ ଏବଂ ମଣିଷର ସୁରକ୍ଷା ପାଇଁ କେନ୍ଦୁଝର ବନ ବିଭାଗ ଆରମ୍ଭ କରିଛି ଅଭିନବ ବ୍ୟବସ୍ଥା। ଏଣିକି ହାତୀଙ୍କ ସ୍ଥିତି ନେଇ ମାଇକ୍‌ରେ ପ୍ରଚାର ବାଦ ଭଏସ ଏବଂ ଟେକ୍ସଟ ମେସେଜ ମାଧ୍ୟମରେ ମଦ୍ୟ ସାଧାରଣ ଲୋକଙ୍କୁ ସୂଚନା ଦେଉଛନ୍ତି ବନବିଭାଗ ଟିମ୍ । ଫଳରେ ସେମାନେ ଆଗୁଆ ସତର୍କ ହୋଇ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳ ଦେଇ ଗତି କରିବେ ନାହିଁ। ସୂଚନା ଅନୁସାରେ, କେନ୍ଦୁଝର ବନଖଣ୍ଡର ବିଭିନ୍ନ ରେଞ୍ଜରେ ବର୍ତ୍ତମାନ ୧୩୭ଟି ହାତୀ ଅଛନ୍ତି । ହାତୀ ଓ ମଣିଷ ଉଭୟଙ୍କ ସୁରକ୍ଷା ପାଇଁ ହାତୀ ଥିବା ଅଞ୍ଚଳରେ ବନ ବିଭାଗ ଟିମ୍ ଆରମ୍ଭ କରିଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ଯେଉଁ ଅଞ୍ଚଳରେ ହାତୀ ଚଳପ୍ରଚଳ କରୁଛନ୍ତି, ପ୍ରଥମେ ଏହି ଅଞ୍ଚଳରେ ମାଇକ୍‌ ଯୋଗେ ପ୍ରଚାର କରି ଲୋକଙ୍କୁ ସତର୍କ କରାଇବେ ବନ କର୍ମଚାରୀ। ଏହାପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମୋବାଇଲକୁ ଟେକ୍ସଟ ଓ ଭଏସ ମେସେଜ ପଠାଯିବ । ଏଣିକି ହାତୀ ଚଳପ୍ରଚଳ ଅଞ୍ଚଳର ପ୍ରାୟ ୫ ହଜାର ଫୋନ ନମ୍ବରକୁ ବନ ବିଭାଗ ପକ୍ଷରୁ ମେସେଜ ଯିବ । ଫଳରେ ହାତୀ ଗତିବିଧି ସମ୍ପର୍କରେ ଲୋକେ ସୂଚନା ପାଇ ସତର୍କ ରହି ପାରିବେ।

 

Show More

Related Articles

Back to top button