ଓଡ଼ିଶାବ୍ୟକ୍ତିତ୍ୱମନୋରଞ୍ଜନସେଲିବ୍ରିଟି

ରିଲିଜ୍ ହେଲା “ଗୁଡ୍ ବାଏ’ ଫିଲ୍ମର ପୋଷ୍ଟର୍

ରିଲିଜ୍ ହେଲା “ଗୁଡ୍ ବାଏ’ ଫିଲ୍ମର ପୋଷ୍ଟର୍ । ଏହି ପୋଷ୍ଟରରେ ବଲିଉଡର ବିଗ୍‌ ବି ଅମିତାଭ୍ ବଚ୍ଚନ ଓ ରଶ୍ମିକା ମନ୍ଦାନା ଏକାଠି ଗୁଡି ଉଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପୋଷ୍ଟରରେ ଫିଲ୍ମର ରିଲିଜ୍‌ ଡେଟ୍ ଅକ୍ଟୋବର ୭ ରହିଛି । ସେହିପରି ଫିଲ୍ମରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ସୁନିଲ୍‌ ଗ୍ରୋଭର, ସାହିଲ୍ ମେହେତା, ସିଭିନ୍ ନାରଙ୍ଗ, ପାୱଲି ଗୁଲାଟି ।

ତେବେ ଫିଲ୍ମ “ଗୁଡବାଏ’ରେ ଅମିତାଭ୍ ଓ ରଶ୍ମିକା ବାପା ଝିଅ ରୂପେ ନଜର ଆସିବେ । ଏକତା କପୁର ଏହାର ପ୍ରଯୋଜନା ଦେଇଥିବାବେଳେ ନିର୍ଦେଶନା ଦେଇଛନ୍ତି ବିକାଶ ବହଲ୍ ।

ଅନ୍ୟପଟେ ରଶ୍ମିକା “ମେଗା ବ୍ଲକ୍ୱଷ୍ଟର’ ଫିଲ୍ମର ପୋଷ୍ଟର ରିଲିଜ୍‌ କରିଛନ୍ତି । ଯେଉଁଥିରେ କପିଲ ଶର୍ମା ଓ ଦୀପିକା ପାଦୁକୋନ୍ ନଜର ଆସିଛନ୍ତି । ମେଗା ବ୍ଲକ୍ ବଷ୍ଟରରେ ପପୁଲାର ସାଉଥ ସୁପରଷ୍ଟାର ତ୍ରିଶା ,କ୍ରିଷ୍ଣନ ଓ କାର୍ତ୍ତି ସହ ଭାରତୀୟ କ୍ରିକେଟର ରୋହିତ ଶର୍ମା ସହ ସୌରଭ ଗାଙ୍ଗୁଲି ନଜର ଆସିବେ । ଏହାର ଟ୍ରେଲର୍ “ସେପ୍ଟେମ୍ବର- ୪’ ରେ ରିଲିଜ୍ କରାଯିବ

Show More

Related Articles

Back to top button