Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ନାବାଳକକୁ ବିଷ ଦେଇଥିବା ମହିଳା ଗିରଫ

ନୂଆଦିଲ୍ଲୀ: ନିଜ ଶ୍ରେଣୀ ପିଲାର ମାଆଙ୍କ ଦ୍ୱାରା ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ୧୩ ବର୍ଷୀୟ ନାବାଳକର ଶନିବାର ମୃତ୍ୟୁ ହୋଇଛି। ବାଳକଟିର ମୃତ୍ୟୁ ଘଟିବା ପରେ ପୁଲିସ୍‌ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣକ ଜୁସ୍‌ରେ ବିଷ ମିଶାଇ ବାଳକଟିକୁ ଦେବା ପରେ ବାଳକଟିର ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନାରୁ ଜାଣିବାକୁ ମିଳିଛି ଯେ ଗତ ସପ୍ତାହରେ ଏକ ବେସରକାରୀ ସ୍କୁଲ୍‌ରେ ପଢୁଥିବା ଅଷ୍ଟମ ଶ୍ରେଣୀର ବାଳକ ବାଲା ମଣିକନ୍ଦନ ସ୍କୁଲ୍‌ର ବାର୍ଷିକ ଡେ ରିଏଲ୍‌ସିୟଲ୍‌ରୁ ଫେରିବା ପରେ ମାନ୍ଦାଳିଆ ଅନୁଭବ କରିଥିଲେ। ତାଙ୍କୁ ତାଙ୍କ ମାଆ ପଚରାଉଚରା କରିବାରୁ ଜଣା ପଡ଼ିଲା ଯେ ସେହି ସ୍କୁଲ୍‌ର ୱାଚ୍‌ମ୍ୟାନ୍‌ ତାଙ୍କୁ ଜୁସ୍‌ ପିଇବାକୁ ଦେଇଥିଲେ। ମହିଳା ଜଣକ ଜାଣିବାକୁ ପାଇଲେ ଯେ ଜୁସ୍‌ରେ ଏପରି କିଛି ମିଶିଥିଲା ଯାହା ତାଙ୍କ ପୁଅ ଦେହରେ ପ୍ରଭାବ ପକାଇଛି। ସେ ତା’ପରେ ସ୍କୁଲ୍‌ ଯାଇ ଯାଞ୍ଚ୍‌ କରିବାକୁ ଜାଣିବାକୁ ପାଇଲେ ଯେ ଓ୍କାଚ୍‌ମ୍ୟାନ୍‌ ହାତରେ ଜୁସ୍‌ ଜଣେ ମହିଳା ପଠାଇଥିଲେ। ମହିଳା ଜଣକ ହେଲେ ସାଗ୍ୟାରାଣୀ ଭିକ୍ଟୋରିଆ। ସେ ହେଉଛନ୍ତି ବାଲାଙ୍କର ଜଣେ ଶ୍ରେଣୀ ପିଲାର ମାଆ। ଏହି ଜୁସ୍‌ ବାଲାଙ୍କ ଘର ଲୋକ ତାଙ୍କ ହାତରେ ବାଲା ପାଇଁ ପଠାଇଛନ୍ତି କହି ସେ ୱାଚ୍‌ମ୍ୟାନ୍‌ଙ୍କୁ ଦେଇଥିଲେ ଓ ୱାଚ୍‌ମ୍ୟାନ୍‌ ବାଲାଙ୍କୁ ଦେଇଥିଲେ। ଘରକୁ ଯାଇ ମାଆଙ୍କ ନିକଟରେ ବାଲା ଅଚେତ ହୋଇପଡ଼ିବା ପରେ ତାଙ୍କୁ ହସ୍ପିଟାଲ୍‌ ନିଆଯାଇ ଚିକିତ୍ସା କରାଯାଉଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।

Show More

Related Articles

Back to top button