Breaking PLUSଦେଶମୁଖ୍ୟ ଖବର

ସିଟ୍ ବଣ୍ଟନକୁ ନେଇ ବସିଲା ଆଇଏନଡିଆଇଏ ମେଣ୍ଟ ଦଳର ବୈଠକ

ନୂଆଦିଲ୍ଲୀ, 13 ଜାନୁୟାରୀ – ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଆଇଏନଡିଆଇଏ ମେଣ୍ଟ ଦଳଗୁଡିକର ନେତାଙ୍କର ଶନିବାର ଏକ ଭର୍ଚୁଆଲ ବୈଠକ ବସିଛି । ଏଥିରେ ଲୋକସଭା ସିଟ ବଣ୍ଟନ ସହିତ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଏମକେ ଷ୍ଟାଲିନଙ୍କ ସହିତ ଅନ୍ୟ ବିରୋଧୀ ଦଳର ନେତାମାନେ ଭାଗ ନେଇଥିଲେ ।
ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆଇଏନଡିଆଇଏ ମେଣ୍ଟର ସଂଯୋଜକ କରିବାକୁ ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ନୀତୀଶ କୁମାର ଏହି ପଦକୁ ଅସ୍ୱୀକାର କରିଥିଲେ । କଂଗ୍ରେସରୁ କାହାକୁ ସଂଯୋଜକ କରିବାକୁ ଅନୁରୋଧ କରିଥିଲେ । ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାମିଲ ହୋଇନଥିଲେ ।
ବୈଠକରେ କଂଗ୍ରେସ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ନେଇ ଚର୍ଚ୍ଚା କରିଥିଲା । ଏବଂ ସମସ୍ତ ଦଳର ନେତାଙ୍କୁ ଏହି ଯାତ୍ରାରେ ସାମିଲ ହୋଇ ସମର୍ଥନ କରିବାକୁ ଅନୁରୋଧ କରିଥିଲା ।

Show More

Related Articles

Back to top button