Breaking PLUSଦେଶମୁଖ୍ୟ ଖବର

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାରତ-ନେପାଳ ସୀମାରେ ବଢିଲା ସୁରକ୍ଷା

ଲଖମୀପୁର ଖିରି, 13 ଜାନୁୟାରୀ – ଅଯୋଧ୍ୟାରେ ଜାନୁୟାରୀ 22ରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭାରତ-ନେପାଳ ସୀମାରେ ସୁରକ୍ଷା ବୃଦ୍ଧି କରାଯାଇଛି । ଶନିବାର ପୋଲିସ ଏସପି ଗଣେଶ ପ୍ରସାଦ ସାହ କବଚ ଆଉଟପୋଷ୍ଟ ନିରୀକ୍ଷଣ କରିଛନ୍ତି । ସୀମାନ୍ତରେ ମୁତୟନ ଥିବା ଏସଏସବି ଓ ନେପାଳ ପୋଲିସ ଅଧିକାରୀଙ୍କ ସହ ସମନ୍ୱୟ ସ୍ଥାପନ କରିଛନ୍ତି ।
ନିରୀକ୍ଷଣ ସମ୍ପର୍କରେ ସୂଚନା ଦେଇ ଏସପି କହିଛନ୍ତି ଯେ, ଶାସନରେ ଭାରତ-ନେପା ରାଷ୍ଟ୍ର ସୀମାର ସୁରକ୍ଷା ବ୍ୟବସ୍ଥା ପାଇଁ କବଚ ଯୋଜନା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ-ନେପା ଦେଶର ଲଖମୀପୁର ଖିରିରେ ସୀମାରେ ହେଉଥିବା ତସ୍କରୀ ଓ ଅନ୍ୟ ଅନୈତିକ ବ୍ୟାପାର ଓ ଅପରାଧିକ ଗତିବିଧି ଉପରେ ଳଗାମ ଲାଗିବ । ଏହି ଆଉଟପୋଷ୍ଟରେ ନିଯୁକ୍ତ ପୋଲିସ ବଳ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ସୀମାନ୍ତରେ ଥିବା ଗ୍ରାମବାସୀଙ୍କୁ ସଚେତନ କରୁଛନ୍ତି ।

Show More

Related Articles

Back to top button