Breaking PLUSଓଡ଼ିଶାମୁଖ୍ୟ ଖବର

ସୁନ୍ଦରଗଡରେ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର, 12 ଫେବୃଆରୀ- ସୁନ୍ଦରଗଡରେ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଗ୍ରାମୀଣ ଅଂଚଳରେ ମହିଳାଙ୍କ ଚିକିତ୍ସା ଓ ଦେଖାଶୁଣା ପାଇଁ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଅଙ୍ଗନବାଡି କାର୍ଯ୍ୟକର୍ତ୍ତାଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ଠିକ୍ ସମୟରେ ଜରୁରୀ ଚେକଅପ କରାଇବା ଆବଶ୍ୟକ । ସେମାନଙ୍କ ପୋଷଣ ଉପରେ ଧ୍ୟାନ ଦେବା ଆବଶ୍ୟକ । ସେମାନଙ୍କ ଖାଦ୍ୟପେୟ ଓ ସ୍ୱଚ୍ଛତା ସମ୍ବନ୍ଧିତ ସୂଚନା ମହିଳାଙ୍କ ସହ ବାଣ୍ଟିବା ଦ୍ୱାରା ସହଯୋଗ ମିଳିବ । ଆଜି ସୁନ୍ଦରଗଡ ଜିଲ୍ଲାର ଭୋଜପୁର ଅଙ୍ଗନବାଡି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିଛି । ଏହି ଅବସରରେ ଉପସ୍ଥିତ ସ୍ଥାନୀୟ ଲୋକ ଓ ଅଙ୍ଗନବାଡି କାର୍ଯ୍ୟକର୍ତ୍ତାଙ୍କ ସହିତ ମାତୃ ଓ ଶିଶୁ ମୃତ୍ୟୁ ହାରରେ ହ୍ରାସ କରିବା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରୁଛି ।

Show More

Related Articles

Back to top button