Breaking PLUSଦେଶମୁଖ୍ୟ ଖବର

ଠିକାଦାର ସହିତ 4 ଶ୍ରମିକଙ୍କୁ ଅପହରଣ କଲେ ନକ୍ସଲ

ରାୟପୁର, 12 ଫେବୃଆରୀ- ସୁକୁମା ଜିଲ୍ଲାର ଜଗରଗୁଂଡା ଅଂଚଳରୁ ନକ୍ସଲମାନେ ଗତକାଲି ସନ୍ଧ୍ୟାରେ ଜୀବନ ମିଶନ କାମରେ ନିୟୋଜିତ ଥିବା ଠିକାଦାର ସହିତ 4ଜଣ ଶ୍ରମିକଙ୍କୁ ଅପହରଣ କରିନେଇଛନ୍ତି । ସେମାନେ ନିଜ ସହିତ ଜେସିବି ମେସିନ୍ ବି ନେଇଯାଇଛନ୍ତି । ତେବେ ଏନେଇ ଅଧିକାରିକ ଭାବେ କୌଣସି ସୂଚନା ମିଳିନାହିଁ ।
ଗ୍ରାମବାସୀଙ୍କ ସୂଚନା ମୁତାବକ, ସୁକୁମା ଜିଲ୍ଲାର ଜଗରଗୁଂଡା ଥାନା ଅଂଚଳର ବିଜାପୁର ଓ ସୁକୁମା ଜିଲ୍ଲାର ସୀମାବର୍ତ୍ତୀ ଅଂଚଳରେ ଥିବା ସିଂଗାରାମ ଗାଁରେ ନଳଜଳ ମିଶନ ଯୋଜନା କାମ ଚାଲୁଥିଲା । ରବିବାର ସନ୍ଧ୍ୟାରେ ଅସ୍ତ୍ରଶସ୍ତ୍ରଧାରୀ ନକ୍ସଲମାନେ ନିର୍ମାଣସ୍ଥଳରେ ପହଞ୍ଚି ଓ ନିର୍ମାଣ କାର୍ଯ୍ୟରେ ଲାଗିଥିବା ଜେସିବି ଅପରେଟର, ପେଟି ଠିକାଦାର ଓ 2ଜଣ ଶ୍ରମିକଙ୍କୁ ଅପହରଣ କରି ନିଜ ସଙ୍ଗରେ ନେଇଯାଇଛନ୍ତି । ଜେସିବି ମେସିନକୁ ବି ମାଓବାଦୀମାନେ ନିଜ ସହିତ ନେଇଯାଇଛନ୍ତି ।

Show More

Related Articles

Back to top button