Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

କୋଭିଡ୍ ହସ୍ପିଟାଲ୍ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି

ରାଜ୍ୟରେ କରୋନାର ହ୍ରାସ ଯୋଗୁ କୋଭିଡ୍ ହସ୍ପିଟାଲ୍ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି ।

ରାଜ୍ୟରେ କରୋନାର ହ୍ରାସ ଯୋଗୁ କୋଭିଡ୍ ହସ୍ପିଟାଲ୍ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି । କୋଭିଡ ମୁକାବିଲା କରିବାରେ ରାଜ୍ୟ ଭଲ ପ୍ରଦର୍ଶନ କରିଛି । କୋଭିଡ ସଂକ୍ରମଣ କମିଛି । ତେଣୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସବୁ କୋଭିଡ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ନିଷ୍ପତ୍ତି ଅନୁଯାୟୀ କେବଳ ବିଏମ୍‌ସି କୋଭିଡ ହସ୍ପିଟାଲକୁ ଛାଡି ଆଉ ସବୁ କୋଭିଡ ହସ୍ପିଟାଲ ବନ୍ଦ କରାଯିବ । ବିଏମ୍‌ସି ଅଞ୍ଚଳରେ ନିଗମ କମିସନର ସର୍ବନିମ୍ନ ଶଯ୍ୟା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶଯ୍ୟା ସଂଖ୍ୟା ସ୍ଥିର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ବୈଷୟିକ କମିଟିର ସୁପାରିସକୁ ବିଚାର କରିବା ପରେ ରାଜ୍ୟ ସରକାର କୋଭିଡ ଚିକିତ୍ସା ଯୋଗାଉଥିବା ସବୁ ଘରୋଇ ହସ୍ପିଟାଲ ସହିତ ବୁଝାମଣା ସମାପ୍ତ କରିଛନ୍ତି। ଚଳିତମାସ ପହିଲାରୁ କୋଭିଡ ହସ୍ପିଟାଲକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।
କିଛି ହସ୍ପିଟାଲରେ ରୋଗୀମାନେ ଚିକିତ୍ସାଧୀନ ଅଛନ୍ତି। ତେବେ ଏସବୁ ହସ୍ପିଟାଲଗୁଡ଼ିକରେ ଥିବା ରୋଗୀ ଡିସଚାର୍ଜ ହେବା ପର୍ଯ୍ୟନ୍ତ ସେମାନଙ୍କ ଚିକିତ୍ସା ଚାଲିବ। ଚିକିତ୍ସା ବାବଦ ବିଲ୍‌କୁ ରାଜ୍ୟ ସରକାର ଯୋଗାଇଦେବେ।

Show More

Related Articles

Back to top button