Breaking PLUSଦେଶସ୍ୱତନ୍ତ୍ର

ବିମାନରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ ଆସିଲା ଖୁସି ଖବର

ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗିଥିବା କଟକଣାକୁ ହଟାଇଛନ୍ତି ସରକାର

ନୂଆଦିଲ୍ଳୀ: ଆପଣ ବାରମ୍ବାର ବିମାନରେ ଯାତ୍ରା କରୁଛନ୍ତି କି ? ଯଦି ହଁ , ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସିର ଖବର । ଆଗାମୀ ଦିନରେ ଫ୍ଲାଇଟ ଟିକେଟର ଦାମ କମିବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗିଥିବା କଟକଣାକୁ ହଟାଇଛନ୍ତି ସରକାର । ଆସନ୍ତା ୨୭ ତାରିଖରୁ ଏହି ସେବା ପୁଣି ଥରେ ଉପଲବ୍ଧ ହୋଇ ପାରିବ । ତେବେ ଏହା ଦ୍ୱାରା ଫ୍ଲାଇଟ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଏମିତି ହେଲେ ଏହାର ପ୍ରଭାବ ଯାତ୍ରୀଙ୍କ ଟିକେଟ ଭଡାରେ ମଧ୍ୟ ପଡିବ । ଯାହାଫଳରେ ୪୦-୫୦ ପ୍ରତିଶତ କମ ଟଙ୍କାରେ ବିମାନ ଯାତ୍ରା ପାଇଁ ଟିକେଟ ପାଇପାରିବେ ଯାତ୍ରୀ । କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ୨ ବର୍ଷ ହେଲା ବନ୍ଦ ରହିଥିଲା ଆନ୍ତର୍ଜାତିକ ବିମାନ ଚଳାଚଳ । କିନ୍ତୁ ଏବେ ମହାମାରୀର ଭୟାବହତା ହ୍ରାସ ପାଇଥିବାରୁ  ଏହାକୁ ସରକାର ଅନୁମତି ଦେଇଛନ୍ତି । ଆସନ୍ତା ସମୟରେ ବିମାନ ଉଡାଣ ଦୁଇଗୁଣା କରିବା ନେଇ ସମ୍ଭାବନା ରହିଛି । ସିଙ୍ଗାପୁର ଏୟାରଲାଇନ୍ସ ୧୭ ପ୍ରତିଶତ ଉଡାଣ ବଢାଇବାକୁ ଥିବା ବେଳେ ଡୋମେଷ୍ଟି କ୍ୟାରିୟର ଇଣ୍ଡିଗୋ ଆସ୍ତା କିଛି ମାସ ମଧ୍ୟରେ ୧୦୦ ବୈଶ୍ୱିକ ଉଡାଣ ଆରମ୍ଭ କରିବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button