Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ଦିନ ୧୧ଟାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‌କୁ ପ୍ରଥମେ ଖୋଲାଯାଇଥିଲା । ଏହି ଗେଟ୍‌ ଦେଇ ପ୍ରଥମ ବନ୍ୟା ଜଳ ଜଳଭଣ୍ଡାରରୁ ନଦୀ ମଧ୍ୟକୁ ଛଡାଯାଇଛି। ବର୍ତ୍ତମାନ ଗୋଟିଏ ଗେଟରେ​‌ ବନ୍ୟା ଜଳ ନିଷ୍କାସନ ଆରମ୍ଭ ହୋଇଛି। ସାଇରନ ବାଜିବା ଆରମ୍ଭ ପରେ ଗେଟ୍ ଖୋଲାଯାଇଥିଲା।ପର୍ଯ୍ୟାୟ କ୍ରମେ ଆଉ ୪ଟି ​‌ଗେଟ୍ ଖୋଲାଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ଡ୍ୟାମର ଜଳସ୍ତର ୬୧୩.୧୫ଫୁଟ ରହିଛି। ତଳିଆ ଅଞ୍ଚଳରେ ସତର୍କ ରହିବାକୁ ସୂଚନା ଦିଆଯାଇଛି।

Show More

Related Articles

Back to top button