ଜୀବନଚର୍ଯ୍ୟାମନୋରଞ୍ଜନସ୍ୱତନ୍ତ୍ର

ଯାଅ ଗାତେ ଲୁଚିଯିବ

ଆଜିର କବିତା

ସିଂହ ଅଟେ ଆମ ଜାତୀୟ ପଶୁ ଯେ
ଜଙ୍ଗଲ ରାଇଜ ରାଜା l
ଶୌର୍ଯ୍ୟ,ବୀର୍ଯ୍ୟ ଆଉ ଦାମ୍ଭିକ ନିର୍ଭୀକ
ଶତ୍ରୁଙ୍କୁ ଦିଅଇ ସଜା ll

ମଗଧ ସମ୍ରାଟ ଅଶୋକ ସ୍ତମ୍ବରେ
ଶୋଭା ସେହୁ ପାଉ ଥିଲା l
ସ୍ବାଧୀନ ଭାରତେ ରାଜ କାର୍ଯ୍ୟେ ତେଣୁ
ବ୍ଯବହାର ତାହା ହେଲା ll

ନବ ନିର୍ମିତ ଯେ ସଂସଦ ଭବନ
ହେବ ଯେଣୁ ଲୋକାର୍ପିତ l
ସେଠାରେ ଅଶୋକ ଚକ୍ର ଚିହ୍ନ ଅଛି
ସିଂହ ମୁଖ ଉତ୍ତେଜିତ ll

ବିରୋଧୀ ଜନଏ କୁହନ୍ତି ହତାସେ
ଏପରି କାହିଁକି ହେଲା l
ପୂର୍ବ ପୁରୁଷରୁ ପ୍ରଥା ଚଳୁଅଛି
ସିଂହ ଟା ନିରୀହ ଥିଲା ll

ଶୋଇଲା ସିଂହକୁ ଜଗାଇଲେ ମୋଦୀ
ଉତ୍ତେଜିତ କିଆଁ କଲେ l
ଧର୍ମ ନିରପେକ୍ଷ ହେବ କ୍ଷତିଗ୍ରସ୍ତ
ଦୁନିଆଁ ଲୋକ ଦେଖିଲେ ll

ଏ ମୂଢ ଜଣଙ୍କୁ ବୁଝାଇବ କିଏ
ସିଂହ ନୁହଁଇ ଶଶକ l
ହସ ହସ ମୁହଁ ଦେଖିବ ତାହାର
ଶୋଇ ଥିବ କାନ ଯାକ ll

ନବ ଭାରତର ଶାର୍ଦ୍ଦୁଳ ଜାଗ୍ରତ
ନବ ଉତ୍ସାହରେ ଉଭା l
ସହିଯିବ ନାହିଁ ତାତ୍ସଲ୍ୟ ଲାଞ୍ଛନା
ଶରଣ ପଶିବ କିବା ll

ତୁମେ ଭାବ ଏବେ ସିଂହ ଛୁଆ ହେବ
କିବା ଶୃଗାଳ ର ହେବ l
ଏତେ ଯଦି ଡର ଲାଗୁଛି ତୁମକୁ
ଯାଅ ଗାତେ ଲୁଚି ଯିବ ll

Show More

Related Articles

Back to top button