ଦେଶସ୍ୱାସ୍ଥ୍ୟ

ଆଜି ଲଞ୍ଚ ହେବାକୁ ଯାଉଛି ସର୍ଭିକାଲ କ୍ୟାନ୍ସର ବିରୋଧରେ ଦେଶର ପ୍ରଥମ ଟିକା

ଆଜି ଲଞ୍ଚ ହେବାକୁ ଯାଉଛି ସର୍ଭିକାଲ କ୍ୟାନ୍ସର ବିରୋଧରେ ଦେଶର ପ୍ରଥମ ଟିକା ।  ସୀରମ ଇନଷ୍ଟଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ) ଓ ଜୈବ ପ୍ରାଧ୍ୟୋଗିକୀ ବିଭାଗ (ଡିବିଟି) ଦ୍ୱାରା ପ୍ରଥମ ସ୍ୱଦେଶୀ ଭ୍ୟାକ୍ସିନ ପ୍ରସ୍ତୁତ ହୋଇଛି । ତେବେ ଆଜି ଏହି ବହୁ ପ୍ରତୀକ୍ଷିତ ଭ୍ୟାକ୍ସିନର ଲୋକାର୍ପଣ କରିବେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରାଧ୍ୟୋଗିକୀ ମନ୍ତ୍ରୀ ଜିତେନ୍ଦ୍ର ସିଂହ ।

ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ ଅନ ଇମ୍ୟୁନାଇଜେସନ (ଏନଟିଏଆଇ)ର କୋଭିଡ୍ ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡା. ଏନକେ ଅରୋଡ଼ାଙ୍କ ମତରେ, ମେଡ-ଇନ-ଇଣ୍ଡିଆ ଭ୍ୟାକ୍ସିନ ଲଞ୍ଚ କରିବା ଏକ ରୋମାଞ୍ଚକ ଅନୁଭବ । ଏଣିକି ଦେଶର ଝିଅ ଓ ନାତୁଣୀମାନେ ଏହି ବହୁପ୍ରତୀକ୍ଷିତ ଭ୍ୟାକ୍ସିନକୁ ସହଜରେ ପାଇ ପାରିବେ । ଏହା ସମସ୍ତ ଭାରତୀୟଙ୍କ ପାଇଁ ଏକ ଗର୍ବର ବିଷୟ ।

ସର୍ଭିକାଲ କ୍ୟାନ୍ସର ଟିକା ଲଞ୍ଚ ହେବା ପରେ ଏହା ଦେଶରେ ସହଜରେ ଉପଲବ୍ଧ ହେବ । କେନ୍ଦ୍ର ସରକାର ଖୁବଶୀଘ୍ର ୯-୧୪ ବର୍ଷୀୟ ଯୁବତୀଙ୍କ ପାଇଁ ରାଷ୍ଟ୍ରୀୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବେ । ଏହି ଟିକା ସର୍ଭିକାଲ କ୍ୟାନ୍ସରକୁ ରୋକିବାରେ ସକ୍ଷମ । ୮୫ରୁ ୯୦ ପ୍ରତିଶତ ମାମଲାରେ ସର୍ଭିକାଲ କ୍ୟାନ୍ସର ଟିକାର ଅଭାବ ଦେଖାଯାଉଥିଲା, ମାତ୍ର ଏବେ ତାହା ଆଉ ଦେଖିବାକୁ ମିଳିବ ନାହିଁ ।

ବୋଲି ଡା. ଅରୋଡ଼ାଙ୍କ କହିବା ମୁତାବକ,ଯଦି ଏହି ଟିକା ପ୍ରଥମେ ଛୋଟ ଝିଅମାନଙ୍କୁ ଦିଆଯାଏ, ତେବେ ସେମାନେ ସଂକ୍ରମଣରୁ ସୁରକ୍ଷିତ ରହି ପାରିବେ । ଏହାର ପରିଣମସ୍ୱରୂପ ୩୦ ବର୍ଷ ପର୍ଯ୍ୟନ୍ତ ବୋଧହୁଏ ସେମାନଙ୍କୁ ସର୍ଭିକାଲ କ୍ୟାନ୍ସର ହେବ ନାହିଁ । ଏହି ଟିକା ଭାରତ ସହିତ ପଡ଼ୋଶୀ ଦେଶଗୁଡ଼ିକ ପାଇଁ ମଧ୍ୟ ବହୁତ ଉପଯୋଗୀ ସାବ୍ୟସ୍ତ ହେବ ।

Show More

Related Articles

Back to top button