Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଅଧା ବାଟରୁ ଫେରି ଆସିଲା ଦିଲ୍ଲୀରୁ ନାସିକ ଅଭିମୁଖେ ଯାତ୍ରା କରୁଥିବା ସ୍ପାଇସଜେଟର ବିମାନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ନାସିକ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ତ୍ରୁଟି ଦେଖାଦେଇଥିଲା। ଯାହାଫଳରେ ବିମାନଟି ମଝି ରାସ୍ତାରେ ପ୍ରତ୍ୟାବର୍ତ୍ତନ କରି ଜରୁରୀ ଅବତରଣ କରିଥିଲା। ଗୁରୁବାର ରାଜଧାନୀ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ମାଇସଜେଟର ଏକ ବିମାନ ନାସିକ ଅଭିମୁଖେ ଯାତ୍ରା କରିଥିଲା। ଏହି ସ୍ମାଇସଜେଟର ନମ୍ବର ହେଉଛି  B737 ।  ବିମାନଟି ଟେକ ଅଫ କରିବାର କିଛି ସମୟ ପରେ ସେଥିରେ ଥିବା ଅଟୋ ସ୍ପାଏରେ ତ୍ରୁଟି ନଜରକୁ ଆସିଥିଲା। ଫଳରେ ବାଧ୍ୟ ହୋଇ ବିମାନଟିକୁ ନୂଆଦିଲ୍ଲୀ ଫେରାଇ ନେଇଥିଲେ ପାଇଲଟ। ଏଥିପାଇଁ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡ଼ିଥିଲା। ଆଜି ସକାଳେ ୬ଟା ୪୫ରେ ଯାତ୍ରା ଆରମ୍ଭ କରିଥିବା ଏହି ବିମାନ ନାସିକରେ ନିର୍ଦ୍ଧାରିତ ସମୟରେ ପହଞ୍ଚିବାର ଥିଲା। ହେଲେ ବିମାନରେ ଥିବା ଅଟୋସ୍ପାଏରେ ତ୍ରୁଟି ଦେଖାଯିବା ଫଳରେ ପାଇଲଟ ଯାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ଫେରାଇ ଆଣିଥିଲେ। ଏ ସମ୍ପର୍କରେ ସ୍ପାଇସଜେଟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଉକ୍ତ ବିମାନରେ ଏଭଳି ବାରମ୍ବାର ବିଭ୍ରାଟ ହୋଇଥିବା ନଜରକୁ ଆସିଛି। ନିକଟରେ ସ୍ପାଇସଜେଟରର ୫୦ ପ୍ରତିଶତ ବିମାନ ଚଳାଇବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁଲାଇ ମାସରେ ସ୍ପାଇସଜେଟ କର୍ତ୍ତୃପକ୍ଷଙ୍କୁ ଏହି ନୋଟିସ୍‌ ଜାରି ହୋଇଥିଲା। ଏହି କଟକଣା ୮ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।

 

Show More

Related Articles

Back to top button