Breaking PLUSଓଡ଼ିଶାମୁଖ୍ୟ ଖବର

ଦୁର୍ଦ୍ଦାନ୍ତ ଲୁଟେରା ପର୍ଶୁରାମ ଗିରିକୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର/କଟକ, 24 ମାର୍ଚ୍ଚ – କମିଶନରେଟ ପୋଲିସ କବଜାରେ ଦୁର୍ଦ୍ଦାନ୍ତ ଲୁଟେରା । ଲୁଟେରା ପର୍ଶୁରାମ ଗିରିକୁ ଗିରଫ କଲା କମିଶନରେଟ ପୋଲିସ । 21ଟି ଚୋରୀ ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ପୂର୍ବରୁ 5 ଥର ଗିରଫ ହୋଇଛି । ଅଭିଯୁକ୍ତ ନାଁରେ 50ଟି କେଶ ରହିଛି ।
ଅଭିଯୁକ୍ତ ପାଖରୁ 21 ଲକ୍ଷ, 700ଗ୍ରାମ ସୁନା, 7 କିଲୋ ରୁପା ସହ ବାଇକ ଓ ମୋବାଇଲ ଫୋନ ଜବତ ହୋଇଛି । ବିନା ଚପଲରେ ଅଭିଯୁକ୍ତ ଜଣକ ଚୋରି କରୁଥିଲା । ଚୋରୀ ବେଳେ ମୋବାଇଲକୁ ଫ୍ଲାଇଟ ମୋଡ଼ ରଖୁଥିଲା । ଅଭିଯୁକ୍ତ ଜଣକ ସାଧାରଣତଃ ରାତିରେ ଚୋରି କରୁଥିଲା । ଯେଉଁ ଘର ବାହାରେ ତାଲା ପଡ଼ିଥିବ କିମ୍ବା ଘରେ ଏସି କିମ୍ବା ଫ୍ୟାନ ଚାଲୁନଥିବ ସେ ଘରକୁ ଟାର୍ଗେଟ କରୁଥିଲା । ଯେଉଁ ଘରେ ପଶୁଥିଲା କେବଳ ସୁନା ଗହଣା ଲୁଟୁଥିଲା । ଚୋରୀ ଟଙ୍କାରେ ରାଜ୍ୟ ବାହାରେ ମଉଜ କରୁଥିଲା ଅଭିଯୁକ୍ତ । ମୁମ୍ବାଇ, କଲିକତା, ଗୋଆକୁ ଫ୍ଲାଇଟରେ ଯାଉଥିଲା ଏବଂ ତାଜ ଭଳି ବଡ ବଡ ହୋଟେଲରେ ରହୁଥିଲା ।

Show More

Related Articles

Back to top button