Breaking PLUSଦେଶମୁଖ୍ୟ ଖବରରାଜନୀତି

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆର୍ଥିକ ଭାବେ ପଙ୍ଗୁ କରିବାକୁ ଚାହୁଁଛି କେନ୍ଦ୍ର ସରକାର- କଂଗ୍ରେସ

ନୂଆଦିଲ୍ଲୀ,22 ଫେବୃୟାରୀ -କଂଗ୍ରେସ ପାର୍ଟି ଗୁରୁବାର ଅଭିଯୋଗ ଆଣିଛି ଯେ, କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ପାର୍ଟିକୁ ଆର୍ଥିକ ଭାବେ ପଙ୍ଗୁ କରିବାକୁ ଚାହୁଛି । ଦଳ ପକ୍ଷରୁ ଦାବି କରାଯାଇଛି ଯେ, ମୋଦି ସରକାର ଓ ଆୟକର ଅଧିକାରୀମାନେ କଂଗ୍ରେସ ବ୍ୟାଙ୍କ ଖାତାରୁ 65.8 କୋଟି ଟଙ୍କା ଚୋରି କରିଛନ୍ତି ।
କଂଗ୍ରେସର କୋଷାଧ୍ୟକ୍ଷ ଅଜୟ ମାକନ ପାର୍ଟିର ମହାସଚିବ ଜୟରାମ ରମେଶ ଓ କେସି ବେଣୁଗୋପାଳଙ୍କ ସହ ଆଜି ଏକ ପ୍ରେସମିଟରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମାକନ କହିଛନ୍ତି ଯେ, କଂଗ୍ରେସକୁ 2018-19ରେ 142.83 କୋଟି ଟଙ୍କା ଚାନ୍ଦା ମିଳିଥିଲା । ଏଥିରୁ କେବଳ 14.49 ଲକ୍ଷ ଟଙ୍କା ଆମ ବିଧାୟକ ଓ ସାଂସଦଙ୍କର ଗୋଟିଏ ମାସର ଦରମା ଥିଲା । 14ଲକ୍ଷ ଟଙ୍କା କ୍ୟାସରେ ଆସିବା କାରଣରୁ ଆମ ଉପରେ 210 କୋଟି ଟଙ୍କାର ପେନାଲଟି ଲାଗିଛି । ଆମକୁ ଡିସେମ୍ବର 31 ସୁଦ୍ଧା ଆମର ଆକାଉଣ୍ଟର ତଥ୍ୟ ଆୟକର ବିଭାଗକୁ ଦେବାକୁ ଥିଲା । ଆମେ 2019, ଫେବୃୟାରୀ 2ରେ ତଥ୍ୟ ଦେଇଥିଲୁ । ଏଭଳି ପରିସ୍ଥିତି ଆମ ଉପରେ ପେନାଲଟି ଲାଗିଛି । ଆଜି ପର୍ଯ୍ୟନ୍ତ ଏଭଳି କେବେ ହୋଇନାହିଁ । ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ମାମଲାରେ 5ବର୍ଷ ପରେ ସରକାର ଓ ଆୟକର ବିଭାଗ ଜାଗ୍ରତ ହୋଇଛି । ଏହା କିଭଳି ନ୍ୟାୟ ଅଟେ ? ଆମେ କିଭଳି ନିର୍ବାଚନ ଲଢିନପାରିବୁ, ସେଥିପାଇଁ ଦଳକୁ ଆର୍ଥିକ ଭାବେ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି । ଯଦି ଆମ ଖାତା ଫ୍ରିଜ ହୋଇଯିବ, ତେବେ ଆମେ ନିର୍ବାଚନ କିପରି ଲଢିବୁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

Show More

Related Articles

Back to top button