ଓଡ଼ିଶା

୨ରୁ ୪ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା,ଆଜିଠୁ ରାଜ୍ୟରେ ବଢିବ ଶୀତ

ଗତ କିଛି ଦିନ ପୂର୍ବରୁ ରାଜ୍ୟରେ ଶୀତ ଅନୁଭୂତ ହେଉଥିଲା । କିନ୍ତୁ ୨ଦିନ ହେବ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଯୋଗୁଁ ଶୀତର ପ୍ରକୋପ ହ୍ରାସ ପାଇଛି । ତେବେ ଆଜିଠାରୁ ରାତିର ତାପମାତ୍ରା ମଧ୍ୟ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଫଳରେ ପୁଣି ସାରା ରାଜ୍ୟରେ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି । ତେଣୁ ଏହା ପ୍ରଭାବରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇଛି । ଫଳରେ ସେଠାରେ ଅଧିକ ଥଣ୍ଡା ହେବାର ଅନୁମାନ କରାଯାଉଛି । କିନ୍ତୁ ଅନ୍ୟପଟେ ଆଜିଠୁ ପାଗ ଶୁଖିଲା ରହିବା ସହ ଶୀତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Show More

Related Articles

Back to top button