ଓଡ଼ିଶା

ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ ସମ୍ବଲପୁର ସହର,ଜରୁରୀକାଳୀନ ସେବା ଜାରି

ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ ସମ୍ବଲପୁର ସହର । ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୫ ଦଫା ଦାବି ନେଇ ସକାଳ ୬ଟାରୁ ୧୨ ବନ୍ଦ ପାଳନ କରାଯାଉଛି । ବନ୍ଦ ନିମନ୍ତେ ପୂର୍ବରୁ ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିବା ବେଳେ ଏଥିପାଇଁ ସମର୍ଥନ କରୁଛନ୍ତି ଅନେକ ଅନୁଷ୍ଠାନ ।

ତେବେ ଏହି ସମୟରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସମସ୍ତ ଦୋକାନ ଓ ବଜାର ବନ୍ଦ ରହିଛି । କିନ୍ତୁ ଶିକ୍ଷାନୁଷ୍ଠାନ ଖୋଲା ରହିଛି ବୋଲି ନାଗରିକ କମିଟି ତରଫରୁ କୁହାଯାଉଛି । ସେହିପରି ସହରରେ ଜରୁରୀକାଳୀନ ସେବା ଦୁଗ୍ଧ, ପାଣି, ଚିକତ୍ସା ଆଦି ସେବା ଜାରି ରହିବ। ରେଳ ଚଳାଚଳ ଓ ଜାତୀୟ ରାଜପଥରେ ଗମନାଗମନ ସ୍ୱାଭାବିକ ରହିବ।

ଅନ୍ୟପଟେ, ନାଗରିକ କ୍ରିୟାନୁଷ୍ଠାନ କମିଟିକୁ ସମର୍ଥନ କରୁଛନ୍ତି ସମ୍ବଲପୁର ଜିଲା ଓକିଲ ସଂଘ, ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି, ଚିତ୍ରୋତ୍ପଳା ଯୁବକ ସଂଘ, ଯୁବ ଉଦୟନ, ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ, ଜ୍ୟୋତି, ସମ୍ବଳ ସମେତ ଅନେକ ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ।

 

Show More

Related Articles

Back to top button