ଓଡ଼ିଶାମୁଖ୍ୟ ଖବର

କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ

କମିଛି ତାତି । ରାଜ୍ୟରେ ଗ୍ରୀଷ୍ମ ପ୍ରକୋପରୁ ଏବେ ସାମାନ୍ୟ ଆଶ୍ୱସ୍ତି ରହିଛି । ମାତ୍ର ଆସନ୍ତା ଦୁଇଦିନ ପରେ ପୁଣି ତାତି ପ୍ରକୋପ ବଢ଼ିବ

ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିଯିବ । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ଗତ କିଛଦିନ ହେବ ରାଜ୍ୟରେ କାଳବୈଶାଖୀ ଜାରି ରହିଛି । ଶନିବାର ଅପରାହ୍ନରେ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ପ୍ରାୟ ୨୦ ମିଲିମିଟର ବର୍ଷା ହୋଇଥିଲା ରାଜଧାନୀରେ । ରାତିରେ ବି କିଛି ସ୍ଥାନରେ ବର୍ଷା ହୋଇଛି ।ଶନିବାର ରାଜ୍ୟର ସର୍ବାଧିକ ତାତି ଅନୁଭୂତ ହୋଇଥିଲା ବୌଦ୍ଧରେ । ପାରଦ ଛୁଇଁଥିଲା ୪୦.୫ ଡିଗ୍ରୀ ।

ଏହାବାଦ୍‌ ଭୁବନେଶ୍ୱର ୩୯.୭, ବଲାଙ୍ଗିର ୩୯.୨, ଟିଟିଲାଗଡ଼ ୩୯.୫, ପାରଳାଖେମୁଣ୍ଡି ୩୯, ସୋନପୁର ୩୮.୨ ଡିଗ୍ରୀ ସେଲସିୟସ୍‌ରେ ସିଝିଥିଲା । ପ୍ରାୟତଃ ପାରଦ ୩୬-୩୭ ଡିଗ୍ରୀ ଉପରେ ଥିଲା ।ପାଣିପାଗ ବିଭାଗ କହିଛି, ରବିବାର ଉତ୍ତର ଓଡ଼ିଶାର ଅଳ୍ପ କେତେକ ସ୍ଥାନ ସମେତ ବୌଦ୍ଧ, କନ୍ଧମାଳ, ନୟାଗଡ଼, କଳାହାଣ୍ଡି, ଗଜପତି, ରାୟଗଡ଼ାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ସମ୍ବଲପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ରେ ଘଡ଼ଘଡ଼ି ସହ ଧୂଳିଝଡ଼ ଏବଂ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ରହିଛି । ୧୦ ତାରିଖରେ ମଧ୍ୟ କେତେକ ଜାଗାରେ ବର୍ଷା, ପବନ ହୋଇପାରେ । ତା’ପରେ କାଳବୈଶାଖୀ ପ୍ରଭାବ କମିପାରେ । ଅନ୍ୟପକ୍ଷରେ ରାଜ୍ୟରେ ପୁଣି ଗ୍ରୀଷ୍ମ ତାଉ ବଢ଼ିବ ।

Show More

Related Articles

Back to top button