ଓଡ଼ିଶାମୁଖ୍ୟ ଖବର

୧୩ ତାରିଖରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ, ନେବ ଅବପାତର ରୂପ !

ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ଦକ୍ଷିଣ ଆରବ ସାଗରରେ ଏହା ସୃଷ୍ଟି ହୋଇ ଲଘୁଚାପରେ ପରିଣତ ହେବ । ପରେ ଏହା ଅବପାତରେ ପରିଣତ ହେବ ବୋଲି ଆଶଙ୍କା ରହିଛି । ଏନେଇ ଅନୁମାନ କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠୁ କମ୍‌ ତାପମାତ୍ରା ରହି । ୧୩ ତାରିଖରେ ଦକ୍ଷିଣ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୫ ସୁଦ୍ଧା ଲଘୁଚାପ ରୂପ ନେବ । ଯାହା ପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଭାରତକୁ ନ ଆସି ଆଫ୍ରିକା ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି । ଏହାଦ୍ୱାରା ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ପାଗର ପରିବର୍ତ୍ତନ ହେବ। ଓଡ଼ିଶାକୁ ବଙ୍ଗୋପସାଗରୀୟ ପବନ ବୋହିବ । ଏହାର ପ୍ରଭାବ ଆସନ୍ତା ୨୦ ପର୍ଯ୍ୟନ୍ତ ରହିବ ।

ଉପକୂଳ ଓଡ଼ିଶାରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ରହିଛି ।ସେହିପରି ଭୁବନେଶ୍ୱର ସମେତ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୦ରୁ ୧୨ ମଧ୍ୟରେ କାଳବୈଶାଖୀର ସମ୍ଭାବନା ଅଧିକ। ବର୍ଷା ନହେଲେ ମଧ୍ୟ ପାଗ ଆଂଶିକ ମେଘୁଆ ଯୋଗୁଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୨ ତାରିଖ ପରେ ତାପମାତ୍ରା ବଢ଼ିପାରେ। ତଥାପି ଏହା ସ୍ୱାଭାବିକଠୁ କମ୍‌ ରହିବ। ବାୟୁର ଆର୍ଦ୍ରତା ଅଧିକ ରହିବାରୁ ଖରା ଟାଣ ଅନୁଭୂତ ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। ଅନୁରୂପ ଭାବେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ୧୨ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ। ୧୩ରୁ କାଳବୈଶାଖୀ ପ୍ରଭାବ କମିବା ସହିତ ରାଜ୍ୟରେ ପୁଣି ତାତି ବଢ଼ିବ।

Show More

Related Articles

Back to top button