ଖେଳ

ଟିମ୍ ଇଣ୍ଡିଆର ୨ ଖେଳାଳି କରୋନା ପଜିଟିଭ୍

ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ପୂର୍ବରୁ ବଢିଲା ଚିନ୍ତା

ଇଂଲଣ୍ଡ ବିପକ୍ଷ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଡିଯାଇଛି । ଦଳର ଦୁଇ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହି ଖବର ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଭାରତୀୟ ଟିମ୍ ଏବେ ବିଶ୍ରାମ ନେଉଛି । ଯେଉଁ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହେବାରେ ଲାଗିଛନ୍ତି ।

ଅନ୍ୟଜଣଙ୍କର ପୁଣି ଥରେ ଟେଷ୍ଟ୍ ହେବ ।ସମାଚାର ଏଜେନ୍ସି ଏଏନଆଇ ମୁତାବକ, ଦୁଇ ଖେଳାଳିଙ୍କୁ ଥଣ୍ଡା ଲାଗିବା ସହ କାଶ ହାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଜଣେ ଖେଳାଳି ପଜିଟିଭ୍ ଆସିବା ପରେ ଏବେ ନେଗେଟିଭ୍ ହୋଇଛନ୍ତି । ଅନ୍ୟଜଣେ ଖେଳାଳିଙ୍କର ଜୁଲାଇ ୧୮ରେ ଆଉଥରେ ଟେଷ୍ଟ୍ ହେବ । ଏହି ଦିନ ଖେଳାଳିଙ୍କର ଆଇସୋଲେସନର ଦଶମ ଦିନ ।ସୂତ୍ରାନୁସାରେ, ରବିବାର ଦ୍ୱିତୀୟ ଖେଳାଳିଙ୍କର ଟେଷ୍ଟ୍ ହେବ । ନେଗେଟିଭ୍ ଆସିଲା ପରେ ତାଙ୍କୁ ଟିମ୍‌ରେ ସାମିଲ କରାଯିବ ।

Show More

Related Articles

Back to top button