ମନୋରଞ୍ଜନ

Pregnancy Bible ଲେଖି ଫସିଲେ କରୀନା କପୁର ଖାନ

ଧାର୍ମିକ ଭାବନାକୁ ଦେଲେ ଆଘାତ

ନିଜର ପୁସ୍ତକକୁ ନେଇ ଏବେ ବିବାଦରେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଓ ପଟୌଦି ଖାନଦାନର ବୋହୂ କରୀନା କପୁର ଖାନ। ତାଙ୍କ ବିରୋଧରେ ଏକ ଖ୍ରୀଷ୍ଟିୟାନ ସଂଗଠନ ମାମଲା ରୁଜୁ କରିଛି। ଖ୍ରୀଷ୍ଟିୟାନ ସଂଗଠନ କରିନା କପୁରଙ୍କ ପୁସ୍ତକର ଶୀର୍ଷକକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି। ଅଭିନେତ୍ରୀ ଜୁଲାଇ ୯ ତାରିଖ ଶୁକ୍ରବାର ନିଜ ପୁସ୍ତକର ଉନ୍ମୋଚନ କରିଥିଲେ। ଏହି ପୁସ୍ତକର ଶୀର୍ଷକ ରହିଛି ‘Pregnancy Bible’। ଶୀର୍ଷକର ନାମକୁ ନେଇ ଏବେ ମହାରାଷ୍ଟ୍ରର ବିଡରେ ଏକ ଖ୍ରୀଷ୍ଟିୟାନ ସଂଗଠନ ଥାନାରେ କରୀନା କପୁର ଏବଂ ଅନ୍ୟ ୨ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।ସଂଗଠନ ଅଭିଯୋଗ କରିଛି ଯେ, ଅଭିନେତ୍ରୀଙ୍କ ପୁସ୍ତକର ଶୀର୍ଷକରେ ସେମାନଙ୍କ ସଂପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଲାଗିଛି।

ଗଣମାଧ୍ୟମ ଖବର ଅନୁଯାୟୀ, ଅଲପା ଓମେଗା ଖ୍ରୀଷ୍ଟିୟାନ ମହାସଂଘର ଅଧ୍ୟକ୍ଷ ଆଶିଷ ସିନ୍ଦେ ଏହି ପୁସ୍ତକର ନାମ ଉପରେ ଆପତ୍ତି ପ୍ରକାଶ କରି ଶିବାଜୀ ନଗର ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ପୁସ୍ତକରେ ଶୀଷର୍କର ନାଁ ଖ୍ରୀଷ୍ଟିୟାନଙ୍କ ପବିତ୍ର ଶବ୍ଦ ବାଇବେଲ୍‌ର ବ୍ୟବହାର କରାଯାଇଛି। ସିନ୍ଦେ ଏହି ମାମଲାରେ ଭାରତୀୟ ଦଣ୍ଡ ସଂହିତାର ଧାରା ୨୯୫-ଏ ଆଧାରରେ କେସ୍ ରୁଜୁ କରିବାକୁ ଦାବି କରିଛନ୍ତି। ଶିବାଜୀ ନଗର ପୋଲିସ ଷ୍ଟେସନର ଭାରପ୍ରାପ୍ତ ଥାନା ଅଧିକାରୀ କହିଛନ୍ତି, ଆମକୁ ଏହି ବିଷୟରେ ଅଭିଯୋଗ ମିଳିଛି। ମାତ୍ର ଏ ପର୍ଯ୍ୟନ୍ତ ମାମଲା ରୁଜୁ କରାଯାଇ ନାହିଁ। କାରଣ ଏହି ଘଟଣା ଆମ ଥାନା ଅନ୍ତର୍ଗତରେ ଆସୁନାହିଁ। ମୁଁ ଏହାକୁ ମୁମ୍ବାଇରେ ଅଭିଯୋଗ କରିବାକୁ କହିଛି।

Show More

Related Articles

Back to top button