ସ୍ୱାସ୍ଥ୍ୟ

ପ୍ରତିଦିନ ଚୋବାନ୍ତୁ ୨ଟି ଲବଙ୍ଗ : ପାଆନ୍ତୁ ଚମତ୍କାର ଲାଭ

ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ମସଲାର ପ୍ରୟୋଗ କରାଯାଇ ଥାଏ l ଏହି ମସଲା ମାନଙ୍କ ମଧ୍ୟରେ ଗୋଟିଏ ହେଉଛି ଲବଙ୍ଗ l ଏହାକୁ ଆମେ ଚା, ତରକାରୀ, ପଲାଉ ରେ ବ୍ୟବହାର କରିଥାଉ l

ଆୟୁର୍ବେଦ ଅନୁସାରେ ଲବଙ୍ଗ ଗୋଟିଏ ଏପରି ମସଲା ଯାହା ଅଧିକାଂଶ ରୋଗରୁ ମୁକ୍ତି ଦେଇଥାଏ l ତେଣୁ ଅଧିକାଂଶ ଯନ୍ତ୍ରଣା ପାଇଁ ଲବଙ୍ଗ କୁ ଗୁରୁତ୍ୱ ଦିଆ ଯାଇଥାଏ l ଏହାକୁ ଆୟୁର୍ବେଦରେ ଯନ୍ତ୍ରଣା ନିବାରକ ବୋଲି କୁହାଯାଇ ଥାଏ l

* ଦାନ୍ତ ଯନ୍ତ୍ରଣା ରୁ ଆରମ୍ ମିଳିଥାଏ – ଲବଙ୍ଗ ଖାଇବା ଦ୍ୱାରା ଦାନ୍ତ ଯନ୍ତ୍ରଣା ରୁ ଆରାମ ମିଳିଥାଏ l ଲବଙ୍ଗରେ ଯନ୍ତ୍ରଣା ଶାନ୍ତ କରିବାର ଗୁଣ ରହିଥାଏ l ଯଦି ଦାନ୍ତ ଯନ୍ତ୍ରଣାରେ କଷ୍ଟ ପାଉଛନ୍ତି ତେବେ ଦୁଇଟି ଲବଙ୍ଗ ଦାନ୍ତରେ ଚାପି ରଖନ୍ତୁ ମିଳିବ ସମ୍ପୂର୍ଣ ଆରାମ l

* ସଂକ୍ରମଣ ଦୂର କରିଥାଏ – ଲବଙ୍ଗରେ ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ମାଇକ୍ରୋଵିୟୋଲ ଗୁଣ ରହିଛି l ଏହାର ଅର୍ଥ ବ୍ୟାକ୍ଟେରିଆ ଠାରୁ ହେଉଥିବା ସଂକ୍ରମଣ ରୁ ରକ୍ଷା କରିଥାଏ l ଯଦି ତ୍ୱଚାରେ କୌଣସି ଇନଫେକ୍ସନ ହୋଇଛି ତେବେ ସେହି ସ୍ଥାନରେ ଲବଙ୍ଗ ପେଷ୍ଟ ଲଗାଇବା ଦ୍ୱାରା ଆରାମ ମିଳିଥାଏ l

* ଏସିଡ଼ିଟି ରୁ ଆରାମ ମିଳିଥାଏ – ସକାଳୁ ଖାଲି ପେଟରେ ଲବଙ୍ଗ ୨ଟି ଚୋବାଇବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l ଲବଙ୍ଗ ପାଚନ ଏଞ୍ଜାଇମ ର ସ୍ରାବ କୁ ବୃଦ୍ଧି କରିଥାଏ l ଏହି କାରଣରୁ ଡାଇଜେସନ ଅସୁବିଧା ଦୂର ହୋଇଥାଏ l

* ବ୍ରଣ ଠିକ ହୁଏ – ତେଲିଆ ତ୍ୱଚା କାରଣରୁ ମୁହଁ ରେ ବ୍ରଣ ଉଠିବା ସ୍ୱାଭାବିକ ଅଟେ l ତେଣୁ ଲବଙ୍ଗକୁ ଘୋରି ଲେମ୍ବୁ ରସ ସହିତ ଲଗାଇଲେ ତ୍ୱଚାରୁ ବ୍ରଣ ଦୂର ହୋଇଥାଏ l

* ପେଟ ଅଲସର – ପେଟର ଅଲସର ପାଇଁ ଲବଙ୍ଗ ଖୁବ ହିତକର l ଅଲସର ସାଧାରଣତଃ ପେଟର ସ୍ୱେଫ୍ଟି ଲେୟାର କମ ହୋଇଯିବା କାରଣରୁ ହୋଇଥାଏ l ଯାହାଦ୍ୱାରା ଲବଙ୍ଗ ଖାଇବା ଦ୍ୱାରା ଆରାମ ମିଳିଥାଏ l

Show More

Related Articles

Back to top button