Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଦୀପାବଳି ପରେ ଖୋଲିପାରେ ପ୍ରଥମ-ସପ୍ତମ ଶ୍ରେଣୀ!

ରାଜ୍ୟରେ ଖୋଲିବକି ପ୍ରଥମରୁ ସପ୍ତମ ଶ୍ରେଣୀ! ଦୀର୍ଘ ଦିନର ବ୍ୟବଧାନ ପରେ ଶ୍ରେଣୀ ଗୃହକୁ ପ୍ରବେଶ କରିବାର ସୁଯୋଗ ପାଇବେକି ପ୍ରଥମ-ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ଦୀପାବଳି ପରେ ରାଜ୍ୟରେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ ହେବା ନେଇ ମିଳିବାରେ ଗ୍ରିନ ସିଗିନାଲ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ଦୀପାବଳି ପରେ ସରକାର ଏସମ୍ପର୍କରେ ନିଷ୍ପତ୍ତି ନେବେ । ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ୍ ହେବନି ।ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ ବିଚାରବିମର୍ଶ ଚାଲିଥିବା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

କରୋନା କାୟା ପରଠୁ ଦୁଇ ବର୍ଷ ହେବ ରାଜ୍ୟରେ ବନ୍ଦ ରହିଥିଲା ସ୍କୁଲ । ଚଳିତବର୍ଷ ପର୍ଯ୍ୟାୟକ୍ରମେ ଖୋଲିବ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସ୍କୁଲ । ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ବିଚାରବିମର୍ଶ କରୁଛି ଗଣଶିକ୍ଷା ବିଭାଗ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲ ଯିବା ପାଇଁ ପିଲାଙ୍କ ଭିତରେ ଆଗ୍ରହ ବଢ଼ିଲାଣି । କରୋନା ସଂକ୍ରମଣ ଓ କଟକଣାକୁ ଦେଖି ସରକାର ନିଷ୍ପତ୍ତି ନେବେ ।

Show More

Related Articles

Back to top button