Breaking PLUSଖେଳମୁଖ୍ୟ ଖବର

ଟି୨୦ ବିଶ୍ୱକପ: ୧୬୧ ରନର ବିଜୟ ଲକ୍ଷ୍ୟ ରଖିଲା ନାମିବ୍ୟା

ଟି୨୦ ବିଶ୍ୱକପର ଆଜିର ପ୍ରଥମ ମ୍ୟାଚରେ ସାମ୍ନାସାମ୍ନୀ ହୋଇଛନ୍ତି ଆଫଗାନିସ୍ତାନ ଏବଂ ନାମିବ୍ୟା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୬୦ ରନ ସଂଗ୍ରହ କରିଛି ଦଳ । ନାମିବ୍ୟାକୁ ଜିତିବାକୁ ହେଲେ ୧୬୧ ରନ କରିବାକୁ ହେବ ।

ଆଫଗାନିସ୍ତାନ ପକ୍ଷରୁ ଦୁଇ ଓପନିଂ ଯୋଡି ହାଜରାତୁଲ୍ଲା ଜାଜାଇ ଏବଂ ମହମ୍ମଦ ସାହାଜାଦ ଭଲ ଆରମ୍ଭ କରିଥିଲେ । ହାଜରାତୁଲ୍ଲା ୩୩ ରନ କରି ଆଉଟ ହୋଇଥିବା ବେଳେ ସାହାଜାଦ ୪୫ ରନକରି ଆଉଟ ହୋଇଛନ୍ତି । ସେହିଭଳି ରମାନୁଲ୍ଲା ଗୁରବାଜ ୪ରନ, ଅସଗର ଆଫଗାନ୍‌ ୩୧ ରନ ଏବଂ ନଜିବୁଲ୍ଲା ଜରଦାନ୍‌ ୭ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ନବୀ ୩୨ ରନ ଏବଂ ଗୁଲାବୁଦ୍ଦିନ ନୈବ୍‌ ୧ ରନ କରି ଅପରାଜିତ ଅଛନ୍ତି ।

ନାମିବ୍ୟା ପକ୍ଷରୁ ରୁବେନ୍‌ ଟ୍ରମ୍ପେଲମନ୍ନ ୪ ଓଭରରେ ୩୧ ରନ ଦେଇ ୨ଟି ୱିକେଟ ନେଇଥିବା ବେଳେ, ଜେ​‌ଜେ ସ୍ମିଟ୍‌ ୩ ଓଭରରେ ୨୨ ରନ ୧ ୱିକେଟ, ଡେଭିଡ୍‌ ୱାଇସ୍‌ ୪ ଓଭରରେ ୩୩ ରନ, ଜାନ୍‌ ପ୍ରାଇଲିଙ୍କ୍‌ ୩ ଓଭରରେ ୨୪ରନ, ନିକୋଲ ଲୋଫ୍ଟି ୪ ଓଭରରେ ୨୧ ରନ ୨ ୱିକେଟ, ବର୍ଣ୍ଣାଡ୍‌ ସ୍କୋଲଜ୍‌ ୧ ସଭରରେ ୮ରନ ଏବଂ ଗେରହାଡ୍‌ ଏରାସମସ୍‌ ୧ ସଭରରେ ୭ରନ ଦେଇଛନ୍ତି ।

Show More

Related Articles

Back to top button