Breaking PLUSଦେଶମୁଖ୍ୟ ଖବର

ରାଜ୍ୟସଭା ସଦସ୍ୟ ସଂଜୟ ସିଂହଙ୍କୁ ବଡ ଆଶ୍ୱସ୍ତି, ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, 2 ଏପ୍ରିଲ – ସୁପ୍ରିମକୋର୍ଟ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ଆମ୍ ଆଦମୀ ପାର୍ଟିର ସଦସ୍ୟ ସଂଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜଷ୍ଟିସ ସଂଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ଗଠି ବେଂଚ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ, ଜାମିନ ସମୟରେ ସଂଜୟ ସିଂହ ରାଜନୈତିକ ଗତିବିଧିରେ ଭାଗ ନେଇପାରିବେ ।
ଶୁଣାଣି ସମୟରେ କୋର୍ଟ ଇଡିକୁ ପଚାରିଥିଲେ ଯେ, ସଂଜୟ ସିଂହ 6ମାସ ଜେଲରେ ବନ୍ଦ ଅଛନ୍ତି । ତଦନ୍ତକାରୀ ସଂସ୍ଥା ଆହୁରି ଅଧିକା ଜେଲରେ ରଖିବାର କଣ ଆବଶ୍ୟକତା ରହିଛି । 2ଟା ସୁଦ୍ଧା ଏହା ଉପରେ ନିର୍ଦ୍ଦେଶ ଆଣିବାକୁ କୋର୍ଟ ତଦନ୍ତକାରୀ ସଂସ୍ଥାକୁ କହିଥିଲେ । ଦୁଇଟା ପରେ ଇଡି ପକ୍ଷରୁ ସଂଜୟ ସିଂହଙ୍କୁ ଜାମିନ ଦେବାରେ କୌଣସି ଆପତ୍ତି ନଥିବା କୁହାଯାଇଥିଲା । ଏହାପରେ କୋର୍ଟ ସଂଜୟ ସିଂହଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Show More

Related Articles

Back to top button