Breaking PLUSଦେଶମୁଖ୍ୟ ଖବର

ବିଜାପୁରରେ ଗୁଳି ବିନିମୟରେ 9 ନକ୍ସଲ ମୃତ

ବିଜାପୁର, 2 ଏପ୍ରିଲ – ବିଜାପୁରର ଗଙ୍ଗାଲୁର ଥାନା ଅନ୍ତର୍ଗତ ଲେଂଡ୍ରା ଗାଁର ଜଙ୍ଗଲରେ ମଙ୍ଗଳବାର ହୋଇଥିବା ଗୁଳି ବିନିମୟରେ 9ନକ୍ସଲ ନିହତ ହୋଇଛନ୍ତି । ବହୁ ସଂଖ୍ୟାରେ ଯବାନ ଆହତ ହୋଇଥିବା ନେଇ ମିଳିତ ବଳ ପକ୍ଷରୁ କୁହାଯାଇଛି । ନକ୍ସଲଙ୍କ ମୃତଦେହ ସହିତ ଇଂସାସ, ଏଲଏମଜି, ଏକେ 47 ପରି ଅଟୋମେଟିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ବସ୍ତର ଆଇଜି ସୁରନ୍ଦରରାଜ ପି. ଏନେଇ ସୂଚନା ଦେବା ସହ ଗୁଳିକାଣ୍ଡରେ ସାମିଲ ଥିବା ସମସ୍ତ ଯବାନ ସୁରକ୍ଷିତ ଥିବା କହିଛନ୍ତି ।
ପୋଲିସ ଅନୁସାରେ ନକ୍ସଲ ଉନ୍ମୂଳନ ଅଭିଯାନ ଅନ୍ତର୍ଗତ ସୁରକ୍ଷା ବଳର ଯବାନ ବିଜାପୁର ଜିଲ୍ଲାର ନକ୍ସଲ ପ୍ରଭାବିତ ଗଙ୍ଗାପୁର ଅଂଚଳରେ ସର୍ଚ୍ଚିଂ ଅପରେସନ ଆରମ୍ଭ କରିଥିଲେ । ନେଡ୍ରା- କୋରଚୋଲି ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ଖବର ପାଇ ଗଙ୍ଗାଲୁର ଥାନାରୁ ଡିଆରଜି, ସିଆରପିଏଫ, କୋବରା ବାଟାଲିୟନ, ବସ୍ତର ଫାଇଟର ଓ ସିଏଏଫର ଯବାନଙ୍କ ପକ୍ଷରୁ ସର୍ଚ୍ଚିଂ ଅପରେସନ କରାଯାଇଥିଲା ।

Show More

Related Articles

Back to top button