ଅଲଗା ହେଲେ ସାଉଥର ଷ୍ଟାର ଦମ୍ପତି

ଅଲଗା ହେଲେ ଷ୍ଟାର ଦମ୍ପତି । ଦୀର୍ଘ ଦିନର ସମ୍ପର୍କ ପରେ ସୃଷ୍ଟି ହେଲା ଫାଟ । ଭାଙ୍ଗିଲା ୪ ବର୍ଷର ବିବାହ ସମ୍ପର୍କ । ନିକଟରେ ଖୁବ୍ ଚର୍ଚ୍ଚାରେ ଥିବା ସାଉଥର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା ରୁଥ ପ୍ରଭୁ ନିଜ ବିବାହ ବିଚ୍ଛେଦ ବିଷୟରେ ସୋଶାଲ ମିଡିଆରେ ଘୋଷଣା କରିଛନ୍ତି । ଦୁହେଁ ଖୁବଶୀଘ୍ର ଛାଡପତ୍ର ନେବେ ବୋଲି କହିଛନ୍ତି ।
ସମନ୍ଥା ସୋଶାଲ ମିଡିଆରେ ଏକ ନୋଟ୍ ଶେଆର କରି ଲେଖିଛନ୍ତି, ‘ ଆମେ ସ୍ୱାମୀ-ସ୍ତ୍ରୀ ରୂପେ ନିଜ ସମ୍ପର୍କକୁ ବେଶ୍ ଭାବି ଚିନ୍ତି ବେଚ୍ଛଦ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ବେଶ୍ ଭାଗ୍ୟଶାଳୀ ଯେ, ଦଶ ବର୍ଷରୁ ଅଧିକ ଦିନ ଧରି ଆମ ବନ୍ଧୁତ୍ୱ ଥିଲା । ଆମ ସମ୍ପର୍କ ବେଶ୍ ଭିନ୍ନ । ଆମେ ପରସ୍ପର ଅଲଗା ହେବା ପରେ ମଧ୍ୟ ଭଲ ବନ୍ଧୁ ହୋଇ ସର୍ବଦା ରହିବୁ ।’
ଏଭଳି ଅସୁବିଧା ସମୟରେ ଆମର ସମର୍ଥନ କରିବା ପାଇଁ ଓ ଆମକୁ ଆଗକୁ ବଢ଼ିବାକୁ ଦେବା ପାଇଁ ଏବଂ ପ୍ରାଇଭେସି ଦେବା ଲାଗି ଆମେ ଆମ ପ୍ରଶଂସକ, ମିଡିଆ ଓ ଶୁଭଚିନ୍ତକଙ୍କୁ ଅନୁରୋଧ କରୁଛୁ । ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାନ ବୋଲି ସମନ୍ଥା ନିଜ ପୋଷ୍ଟରେ ଲେଖିଛନ୍ତି ।
ସୂଚନା ମୁତାବକ, କିଛି ଦିନ ତଳେ ସମନ୍ଥା ସୋଶାଲ ମିଡିଆରେ ନିଜ ସରନେମ୍ ବା ଉପନାମ ବଦଳାଇ ଦେଇଥିଲେ । ଏହାକୁ ଦେଖି ନାଗା ଚୈତନ୍ୟ ଏବଂ ତାଙ୍କ ଭିତରେ ମନାନ୍ତର ମତାନ୍ତର ହେବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପରେ ସେ ନାଗା ଚୈତନ୍ୟଙ୍କ ଅପ୍କମିଂ ଫିଲ୍ମର ଟ୍ରେଲରକୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ଥିବା ନେଇ କୁହାଯାଉଥିଲା । କିନ୍ତୁ ଏବେ ଉଭୟଙ୍କ ଛାଡପତ୍ର ଖବର ଏବେ ତାଙ୍କ ଫ୍ୟାନ୍ମାନଙ୍କୁ ଚକିତ କରିଦେଇଛି ।