ମୁଖ୍ୟ ଖବର

ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନି

ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନି । ସମ୍ବଲପୁର ରେଢାଖୋଲ ଗସ୍ତ ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି । ଏହି ଅବସରରେ ସେ କହିଥିଲେ ଯେ, ଭୀମ ଭୋଇଙ୍କ ସାହିତ୍ୟ, ଦର୍ଶନ ଉପରେ ଯେତିକି ଗବେଷଣା ହେବା କଥା ତାହା ହୋଇନାହିଁ । ଏଣିକି ସନ୍ଥକବିଙ୍କ ଜୀବନି ଉପରେ ଉଚ୍ଚତର ଗବେଷଣା କରାଯିବ । ଏହାସହ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁ ରେ ଚେୟାର ପ୍ରତିଷ୍ଠା କରାଯିବ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦିନରେ ୟୁଜିସି ପାଠ୍ୟକ୍ରମରେ, ୟୁଜିସିର ଫିଲୋଶଫର ମାନଙ୍କ ତାଲିକାରେ ସନ୍ଥକବି ଭୀମଭୋଇଙ୍କୁ ଅଗ୍ରାଧିକାର ଦିଆଯିବ । ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଭୀମ ଭୋଇଙ୍କ ଜୀବନି ଉପରେ ଗବେଷଣା କରାଯିବ । ଭୀମ ଭୋଇଙ୍କ ଉପରେ ଗବେଷଣା କରିବେ ବିଶିଷ୍ଟ ଦାର୍ଶନିକ ।

ଧର୍ମେନ୍ଦ୍ର ପ୍ରଧାନ ପଦଯାତ୍ରାରେ ଆସି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ବିଜେପି କର୍ମୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।

Show More

Related Articles

Back to top button