Breaking PLUSଦେଶ ବିଦେଶମୁଖ୍ୟ ଖବର

ପାଦ ଥାପିଲା ୨୦୨୨

ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡକୁ ଛୁଇଁଲା ନୂଆବର୍ଷ

ପାଦ ଥାପିଲା ବର୍ଷ ୨୦୨୨। ପ୍ରଥମ ଦେଶ ଭାବେ ନ୍ୟୁଜିଲ୍ୟାଣ୍ଡରେ ପାଦ ଥାପିଛି ନୂଆ ବର୍ଷ। ଏଠାରେ ଅକଲ୍ୟାଣ୍ଡରେ ସେଲିବ୍ରେସନ ଦେଖିବାକୁ ମିଳିଛି। ଅକଲ୍ୟାଣ୍ଡର ସ୍କାଏ ଟାୱାରରେ ଦେଖିବାକୁ ମିଳିଥିଲା ଆତସବାଜି। ଲଗାତର ୨ ବର୍ଷ ଧରି ବିଶ୍ବବ୍ୟାପୀ ନୂଆ ବର୍ଷ ସେଲିବ୍ରେସନ ଉପରେ ପଡ଼ିଛି କରୋନାର ଛାଇ। ଗତବର୍ଷ କରୋନା ସଂକ୍ରମଣ ନୂଆ ବର୍ଷ ସେଲିବ୍ରେସନକୁ ଫିକା କରିଥିଲା , ଆଉ ଏବର୍ଷ ଓମିକ୍ରନ ଭୟ ବିଶ୍ବବାଶୀଙ୍କୁ ଭିତତ୍ରସ୍ତ କରିଛି। ଏହା ସତ୍ତ୍ବେ ଆତଶବାଜି ହୋଇଛି।

ରଙ୍ଗୀନ ହୋଇଥିଲାଆକାଶ। ନ୍ୟୂଜିଲ୍ୟାଣ୍ଡର ଅକଲ୍ୟାଣ୍ଡ ଭଳି ଅଷ୍ଟ୍ରେଲିଆର ସିଡନୀରେ ବି ନୂଆବର୍ଷର ଆତସବାଜି ଦେଖିବାକୁ ମିଳିଛି। ସିଡନୀର ହାର୍ବର ବ୍ରିଜ୍ ରେ ଦେଖିବାକୁ ମିଳିଛି ନୂଆ ବର୍ଷର ଝଲକ। ସବୁଠାରେ କିନ୍ତୁ ଗୋଟିଏ ସନ୍ଦେଶ ଦେଖିବାକୁ ମିଳିଛି ଯେ, ପୃଥିବୀରୁ କରୋନା ଯାଉ ଏବଂ ୨୨ରେ ବିଶ୍ବକୁ ଶାନ୍ତି ଫେରୁ । ବିଶ୍ୱ କରୋନାର ମହାମାରୀରୁ ମୁକ୍ତି ପାଉ ବୋଲି ସମସ୍ତେ ଆଶା କରିଛନ୍ତି ।

Show More

Related Articles

Back to top button