ଦେଶ ବିଦେଶମୁଖ୍ୟ ଖବର

Covid-19 ଚତୁର୍ଥ ଲହରର ଶୀର୍ଷ ପାର କଲା ଦକ୍ଷିଣ ଆଫ୍ରିକା

କଟକଣା ହଟାଇ ଦେଲେ ସରକାର

ଓମିକ୍ରନ ଭାରିଏଣ୍ଟ ଯୋଗୁ ଦକ୍ଷିଣ ଆଫ୍ରିକାରେ ଆସିଥିବା କରୋନା ଚତୁର୍ଥ ଲହର ତାର ଶୀର୍ଷ ପାର କରିଛି। ଏଣୁ ସଂକ୍ରମଣ ମୁକାବିଲା ଲାଗି ଦେଶରେ ସରକାର ଜାରି କରିଥିବା କଟକଣା ମଧ୍ୟରାତ୍ରରୁ ପ୍ରତ୍ୟାହାର କରିନେଇଛନ୍ତି। ପ୍ରେସିଡେନ୍ସୀର ଜନୈକ ମନ୍ତ୍ରୀ ମୋଣ୍ଡଲୀ ଗୁଙ୍ଗୁବେଲଙ୍କ ଦ୍ୱାରା ଜାରି ଏକ ଗଣମାଧ୍ୟମ ବିବୃତ୍ତିରେ ମହାମାରୀର ପ୍ରକ୍ଷେପବକ୍ର (ଟ୍ରାଜେକ୍ଟୋରୀ) ଅନୁସାରେ ଆମେ ଟିକାକରଣ ସ୍ତରରୁ ଆରମ୍ଭ କରି ଆମ ସ୍ୱାସ୍ଥ୍ୟ କ୍ଷେତ୍ରର କ୍ଷମତା ଆଧାରରେ ଏହି ପରିବର୍ତ୍ତନର ଲାଗି ନିଷ୍ପତ୍ତି ନେଉଥିବା କହିଛନ୍ତି। ଏଣୁ ଦକ୍ଷିଣ ଆଫ୍ରିକା ଏବେ ୫ ପର୍ଯ୍ୟୟ କୋଭିଡ ସତର୍କତାର ସବୁଠୁ ନିମ୍ନ ସ୍ତରକୁ ଆସିଛି। ଏଥିଲାଗି ଗୁରୁବାର ଅନୁଷ୍ଠିତ ହୋଇଥିବା ମନ୍ତ୍ରୀମଣ୍ଡଳର ସ୍ୱତନ୍ତ୍ର ବୈଠକରେ ସମସ୍ତ ସଂକେତରୁ ଦେଶ କୋଭିଡ-୧୯ର ଚତୁର୍ଥ ଲହରର ଶୀର୍ଷ ପାରକରିସାରିଥିବାର ଅନୁମାନ କରାଯାଉଛି ବୋଲି କୁହାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗଙ୍କ ତଥ୍ୟ ଅନୁସାରେ ନୂଆ ଆକ୍ରାନ୍ତଙ୍କ ହାରରେ ଏବେ ୨୯.୭ ପ୍ରତିଶତ ହ୍ରାସ ହୋଇଛି। କୋଭିଡ-୧୯ ରେ ଆଫ୍ରିକା ମହାଦେଶର ଦକ୍ଷିଣ ଆଫ୍ରିକା ସବୁଠୁ ପ୍ରଭାବିତ ଦେଶ।

ଏଠାରେ ୩.୫ ନିୟୁତ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୯୧ ହଜାର ଲୋକଙ୍କ ପ୍ରାଣ ହାନୀ ହୋଇଛି। ଯଦିଓ ସରକାର କଟକଣା ହଟାଇ ଦେଇଛନ୍ତି ତଥାପି ଭିଡ ଓ ସଂକ୍ରମଣର ଅନ୍ୟ ଦିଗପ୍ରତି ଏବେବି ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଏଣୁ ଇଣ୍ଡୋର କାର୍ଯ୍ୟକ୍ରମରେ ଅତିବେଶୀରେ ୧ ହଜାର ଓ ଆଉଟଡୋର କାର୍ଯ୍ୟକ୍ରମରେ ୨ ହଜାରରୁ ଅଧିକ ଲୋକଙ୍କ ଏକତ୍ର ହେବା ଉପରେ କଟକଣା ଜାରି ରହିଛି। ତେବେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ରାତି ୧୧ଟା ପରେ ବି ଖୋଲା ରହିପାରିବ ବୋଲି କୁହାଯାଇଛି। ଏଣୁ କୋଭିଡ ଚତୁର୍ଥ ଲହରରେ ପ୍ରଭାବିତ ହୋଇଥିବା ବ୍ୟବସାୟ ଆଗାମୀ ଉତ୍ସବ ଋତୁରେ ଭରଣା ହୋଇଯାଇପାରିବ ବୋଲି ଆଶା କରାଯାଉଛି। ତେବେ କ୍ୟାବିନେଟ ବୈଠକରେ ଯଦିଓ ଓମିକ୍ରନ ସଂକ୍ରମଣ ଅନ୍ୟ ଭୂତାଣୁପ୍ରକାରଠାରୁ ଅଧିକ ବ୍ୟାପକ ଥିଲା, ହେଲେ ହସ୍ପିଟାଲରେ ଲୋକଙ୍କ ଭିଡ ବଢିନାହିଁ। ହେଲେବି ଦେଶର ସାର୍ବଜନିକ ସ୍ଥଳରେ ମାସ୍କ ବ୍ୟବହାର ନ କରିବା ଏବେବି ଅପରାଧ ବିବେଚନା କରାଯାଉଛି।

Show More

Related Articles

Back to top button