Breaking PLUSଓଡ଼ିଶାବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟି

ଆଇଫୋନ୍ ଅର୍ଡର ବଦଳରେ ଆସିଲା ସାବୁନ

ପୁଣି ଥରେ ଅନଲାଇନ୍ ଅର୍ଡର କରି ଫସିଯାଇଛନ୍ତି ଜଣେ ମହିଳା

ନୂଆଦିଲ୍ଲୀ: ପୁଣି ଥରେ ଅନଲାଇନ୍ ଅର୍ଡର କରି ଫସିଯାଇଛନ୍ତି ଜଣେ ମହିଳା ।  ଆପଲର ସବୁଠାରୁ ଦାମୀ ୧.୫ ଲକ୍ଷର ସ୍ମାର୍ଟଫୋନ ଅର୍ଡର କରି ଫସିଲେ ବ୍ରିଟେନରେ ରହୁଥିବା ଜଣେ ମହିଳା। ଫୋନ ପରିବର୍ତ୍ତେ ଡେଲିଭରି ହେଲା ୧ ଡଲାରର ହାତଧୁଆ ସାବୁନ । ଏହା କିଛି ନୂଆ କଥା ନୁହେଁ, ଏହା ପୂର୍ବରୁ ମଧ୍ୟ ଲୋକେ ଦାମୀ ଜିନିଷ ଅର୍ଡର କରି ଠକାମିର ଶୀକାର ହୋଇଛନ୍ତି । କିଛି ମାସ ପୂର୍ବରୁ, କେରଳର ଜଣେ ମହିଳା ଆପଲ୍ ଆଇଫୋନ୍ ୧୨ ଅର୍ଡର କରିଥିଲେ ଏବଂ ଏହା ବଦଳରେ ତାଙ୍କୁ ମିଳିଥିଲା ବାସନ ସଫା ସାବୁନ। ଏବେ ବ୍ରିଟେନର ଆଉ ଜଣେ ମହିଳାଙ୍କ ସହ ଏଭଳି ଘଟଣା ଘଟିଛି ।

ତାଙ୍କ କହିବା ମୁତାବକ, ଅର୍ଡର କରିବାର ଗୋଟେ ଦିନ ପରେ ଡେଲିଭର କରିବାକୁ ମୁଁ ବିକଳ୍ପ ବାଛିଥିଲି। ହେଲେ ଡେଲିଭରି ବୟେ  ୨ ଦିନ ଲେଟ୍ କରିବା ସହ ଟ୍ରାଫିକରେ ଫସିଯାଇଛି ବୋଲି କହିଥିଲା । କିନ୍ତୁ ୨ଦିନ ପରେ ମଧ୍ୟ ସେ ଆସି ଜିନିଷ ଡେଲିଭରି କରିନଥିଲେ। ଘର ବାହାରର ଫଟୋ ଉଠାଇ ଘରେ କେହି ନଥିବା ଲେଖି ଚାଲି ଯାଇଥିଲେ ଡେଲିଭରି ବୟେ। ସେ ସମୟରେ ମୁଁ ଘରେ ଥିଲି କିନ୍ତୁ ସେ ମୋତେ ଡାକିନଥିଲେ। ପରେ ଯେତେବେଳେ ମୋତେ ଜିନିଷ ଡେଲିଭର କରାଗଲା ମୁଁ ବକ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି, କାରଣ ଭିତରେ କେବଳ ଥିଲା ସାବୁନ।

ଏନେଇ ମହିଳାଜଣଙ୍କ ଅଭିଯୋଗ କରିଥିବା ବେଳେ ଏପର୍ଯ୍ୟନ୍ତ ନିଜ ମୋବାଇଲ ବା ପଇସା ଫେରିପାଇନଥିବା କହିଛନ୍ତି।

Show More

Related Articles

Back to top button