Breaking PLUSଦେଶବଲିଉଡମୁଖ୍ୟ ଖବର

ସଲମାନଙ୍କୁ କାମୁଡିଲା ସାପ

ହସ୍ପିଟାଲରେ ଭର୍ତ୍ତି

ବଲିଉଡ ଅଭିନେତା ସଲମାନ ଖାନଙ୍କୁ କାମୁଡ଼ି ଦେଇଛି ସାପ । ପାନଭେଲର ଫାର୍ମହାଉସରେ ଘଟିଛି ଏହି ଘଟଣା । ଡିସେମ୍ବର ୨୭ରେ ହେଉଛି ସଲମାନ ଖାନଙ୍କ ଜନ୍ମଦିନ। ଏଭଳି ପରିସ୍ଥିତିରେ ସଲମାନ ଖାନ ତାଙ୍କ ଭଲ ଦିନ ପୂର୍ବ ଏହି ସବୁ ହୋଇଯିବା ବହୁତ କଷ୍ଟକର । ହେଲେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ସଲମାନ ପରିବାର ଏବଂ ସାଙ୍ଗମାନଙ୍କ ସହିତ ତାଙ୍କ ଫାର୍ମ ହାଉସରେ ପହଞ୍ଚିଥିଲେ । ସେହି ସମୟରେ ଏହି ସବୁ ହୋଇଥିଲା ।

ତେବେ ଗଣମାଧ୍ୟମ ସୂଚନା ଅନୁଯାୟୀ ସଲମାନ ଖାନଙ୍କୁ ତାଙ୍କ ପାନଭେଲ ଫାର୍ମ ହାଉସରେ ବିଳମ୍ବିତ ରାତିରେ ସାପ କାମୁଡ଼ି ଦେଇଛି । ସେଥିପାଇଁ ସଲମାନ ଖାନଙ୍କୁ ତୁରନ୍ତ ମୁମ୍ବାଇର ସ୍ଥିତ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କର ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବା ସହ ଏକ ରେଷ୍ଟ ନେବାକୁ କୁହାଯାଇଛି । ସେ ବର୍ତ୍ତମାନ ନିଜ ଫାର୍ମ ହାଉସକୁ ଫେରି ଆସିଛନ୍ତି । କୁହାଯାଉଛି ଯେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ସେ ବିପଦମୁକ୍ତ ଅଛନ୍ତି । ଏହି ଖବର ପରେ ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ସଲମାନଙ୍କ ଫାର୍ମ ହାଉସ ଚାରିପାଖରେ ଅନେକ ଗଛ ରହିଛି । ସେହି ଫାର୍ମ ହାଉସଟି ପାହାଡ ଦ୍ୱାରା ଘେରି ରହିଛି, ଏହି କାରଣରୁ ବିପଦ ଘଟିଛି ବୋଲି କୁହାଯାଉଛି ।

Show More

Related Articles

Back to top button