Breaking PLUSଦେଶମୁଖ୍ୟ ଖବର

ଆନ୍ଧ୍ର ପ୍ରଦେଶରେ ଆଉ ୨ ନୂଆ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ଆନ୍ଧ୍ର ପ୍ରଦେଶରେ ଆଉ ୨ ଜଣ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଡିସେମ୍ବର ୧୬ରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଜଣେ ୪୮ ବର୍ଷୀୟ ଯାତ୍ରୀ ଡିସେମ୍ବର ୨୦ରେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ନମୁନା ଗୁଡିକ (CCMB) ସେଣ୍ଟରକୁ ପଠାଯାଇଥିଲା । ଶନିବାର ଦିନ, ତାଙ୍କର ରିପୋର୍ଟ ଓମିକ୍ରନ୍‌ ପଜିଟିଭ ଚିହ୍ନଟ ହୋଇଛି ।

ତାଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ଏହି ବ୍ୟକ୍ତି ସୁସ୍ଥ ଅଛନ୍ତି ଏବଂ ସଙ୍ଗରୋଧରେ ଥିବା ସୂଚନା ମିଳିଛି । ଏହି ସମୟ ମଧ୍ୟରେ, ଡିସେମ୍ବର ୧୮ରେ ବ୍ରିଟେନରୁ ବାଙ୍ଗାଲୁରୁ ଆସିଥିବା ଜଣେ ୫୧ ବର୍ଷୀୟ ବ୍ୟକ୍ତି କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି ।

Show More

Related Articles

Back to top button