Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୮ରେ ପହଞ୍ଚିଲା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର: ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ବୃଦ୍ଧି ପାଉଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଆଜି ରାଜ୍ୟରେ ଆଉ ୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ନାଇଜେରିଆରୁ ଆଉ ୨ ଜଣ ୟୁଏଇରୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନେଗେଟିଭ୍ ଅଛନ୍ତି । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଛି ।

ସେଥିମଧ୍ୟରୁ ନାଇଜେରିଆ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ RTPCR ରିପୋର୍ଟ ନେଗେଟିଭ ଆସିଛି । ବାକି ଦୁଇ ୟୁଏଇ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର RTPCR ରିପୋର୍ଟ ଆସିନାହିଁ । ରିପୋର୍ଟ ଆସିବା ପରେ ଜଣା ପଡିବ । ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଅଛି । ବାହାର ଦେଶରୁ ଆସୁଥିବା କରୋନା ଆକ୍ରାନ୍ତଙ୍କ ଜିନମ ସିକ୍ଵେନ୍ସିଂ ପାଇଁ ପଠାଯାଉଛି ।

Show More

Related Articles

Back to top button