Breaking PLUSଦେଶମୁଖ୍ୟ ଖବର

ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶକୁ ଛୁଇଁଲା ଓମିକ୍ରନ

ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶକୁ ଛୁଇଁଲା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଆଜି କରୋନା ଭୂତାଣୁର ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ମଧ୍ୟପ୍ରଦେଶରୁ ଜଣେ ଏବଂ ହିମାଚଳରୁ ଜଣେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ମଧ୍ୟପ୍ରଦେଶକୁ ବିଦେଶରୁ ଫେରିଥିବା ୮ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ବୋଲି ଜିନୋମ ସିକ୍ୟୁଏନ୍ସିଂରୁ ଜଣାପଡ଼ିଛି ।

ସେହିଭଳି ହିମାଚଳ ପ୍ରଦେଶରୁ ୯ଟି ନମୁନା ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିବା ବେଳେ ଜଣେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଏହି ୨ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୨ରେ ପହଞ୍ଚିଛି ।

ମଧ୍ୟପ୍ରଦେଶକୁ ବିଦେଶରୁ ଫେରିଥିବା ୮ଜଣଙ୍କ ମଧ୍ୟରୁ ୩ଜଣ ଆମେରିକା, ୨ଜଣ ବ୍ରିଟେନ ଏବଂ ତାଞ୍ଜାନିଆରୁ ଏବଂ ଜଣେ ଘାନାରୁ ଫେରିଥିଲେ । ସେହିଭଳି ହିମାଚଳରେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ମହିଳାଜଣକ କାନାଡାରୁ ଫେରିଥିଲେ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ, ଆଜି ବ୍ରିଟେନରୁ ଫେରିଥିବା ଚାରିଜଣ ଯାତ୍ରୀ ନେତ‌ାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନେ କରୋନା ପଜିଟିଭ ଥିବା ସାମ୍ନାକୁ ଆସିଛି । ତେବେ ସେମାନେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ କି ନାହିଁ ଜାଣିବା ପାଇଁ ସେମାନଙ୍କ ନମୁନା ଜିନୋମ ସିକ୍ୟୁଏନ୍ସିଂ ପଠାଯିବ ବୋଲି ଜଣାପଡ଼ିଛି ।

Show More

Related Articles

Back to top button