Breaking PLUSଓଡ଼ିଶାମୁଖ୍ୟ ଖବର

ସ୍କ୍ରବ ଟାଇଫସ ନେଲା ଜୀବନ, ବରଗଡରେ 5 ସୁନ୍ଦରଗଡରେ ଜଣେ ମୃତ

ବିଷାକ୍ତ କୀଟ କାମୁଡାରେ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ସାଧାରଣ ଜ୍ୱର ପରି ଲକ୍ଷଣ ଦେଖାଯାଉଥିବା ଏହି ରୋଗର ଶିକାର ହେଲେଣି ଏକାଧିକ ଜନସାଧାରଣ । ବରଗଡରେ ସ୍କ୍ରବ ଟାଇଫସରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା ବେଳେ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ସ୍କ୍ରବ ଟାଇଫସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସ୍କ୍ରବ ଟାଇଫସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ହଠାତ୍‌ ଜ୍ୱର, ଥଣ୍ଡା, ତଳିପେଟରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେଇଥାଏ । କୀଟ କାମୁଡ଼ିଥିବା ସ୍ଥାନ ନାଲି ପଡ଼ି ଯାଇ ଏକ ଫୋଟକା ପରି ଦେଖାଯାଏ । ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି।

Show More

Related Articles

Back to top button