Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଲିବିୟାର ବନ୍ୟାର ତାଣ୍ଡବ, 5300 ମୃତଦେହ ଉଦ୍ଧାର

ବେନଘାଜି: ବାତ୍ୟା ‘ଡାନିଏଲ’ ଜନିତ ବର୍ଷା ଯୋଗୁଁ ଲିବ୍ୟାରେ ବନ୍ୟାର ତାଣ୍ଡବ ଦେଖାଦେଇଛି। ବନ୍ୟାର ସବୁଠାରୁ ଅଧିକ ପ୍ରଭାବ ଡେରନା ସହରରେ ପଡିଛି। ଏଠାରେ ନଦୀ ବନ୍ଧ ଭାଙ୍ଗିଯିବା ଫଳରେ ପ୍ରାୟ ଏକ ଚତୁର୍ଥାଂଶ ସହର ପାଣିରେ ଭାସିଯାଇଛି। ଏଯାଏଁ ପ୍ରାୟ ୫ ହଜାର ୩୦୦ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ସହରର ୩୦,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନେକ ଲୋକେ ଏବେ ମଧ୍ୟ ନିଖୋଜ ରହିଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ସୂଚନା ଯୋଗ୍ୟ, ବନ୍ୟା ଯୋଗୁଁ ପୂର୍ବ ଉପକୂଳ ସହର ଡେରନାର ଏକ ଚତୁର୍ଥାଂଶ ଅଞ୍ଚଳ ଧୋଇ ଯାଇଛି। ଲିବ୍ୟା ନ୍ୟାସନାଲ ଆର୍ମି ମୁଖପାତ୍ର ଅହମ୍ମଦ ମିସମାରି କହିଛନ୍ତି ଯେ ବର୍ଷା ଯୋଗୁଁ ଡେରନା ସହରରେ ଥିବା କେତେକ ନଦୀ ବନ୍ଧ ଭାଙ୍ଗି ଯାଇଥିଲା। ଫଳରେ ସହରରେ ବନ୍ୟା ଦେଖାଯାଇଥିଲା। ଲୋକେ ବନ୍ୟା ପାଣିରେ ଭାସି ଯାଇ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି। ମିସମାରିଙ୍କ କହିବା ଅନୁଯାୟୀ ନିଖୋଜଙ୍କ ସଂଖ୍ୟା ପ୍ରାୟ ୧୦ହଜାର ହେବ।

ଶନିବାର ଭୂମଧ୍ୟସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡାନିଏଲ’ ସୋମବାର ଲିବ୍ୟାର ଉପକୂଳ ବେନଘାଜି, ସୌସ୍, ଅଲ ବେଦା, ଅଲ-ମାର୍ଜି ଓ ଡେରନା ଦେଇ ଗତି କରିଥିଲା। ​

Show More

Related Articles

Back to top button