ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ବୈଜ୍ଞାନିକଙ୍କ ଗବେଷଣା: ଅଲିଭ ଅଏଲ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ରାମବାଣ ସଦୃଶ

ବୟସ ବଢିବା ସହିତ ଶରୀରରେ ବିଭିନ୍ନ ପ୍ରକାରର ଶାରିରୀକ ସମସ୍ୟା ଦେଖା ଦେଇଥାଏ ଯେପରିକି ମଧୁମେହ, ଉଚ୍ଚ ରକ୍ତଚାପ, ଥକପଣ, ଇତ୍ୟାଦି।

ସେଥିରୁ ଗୋଟିଏ ହେଲା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା , ଯାହା ବୟସ ବଢିବା ସହିତ ଅଧିକ ରୁ ଅଧିକ ଦେଖା ଦେଇଥାଏ। ଯାହା କି ଅର୍ଥରାଇଟିସ , ବସିବାର ଭୁଲ୍ ଶୈଳୀ, ମୋଟପା ଇତ୍ୟାଦି କାରଣରୁ ଦେଖା ଯାଇଥାଏ। ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଉପାୟ କୁ ଆପଣାଇ ଥାଉ, କିନ୍ତୁ ସେଥିରୁ ଆରାମ ମିଳି ନଥାଏ। ନିକଟ ରେ ହୋଇଥିବା ଗୋଟିଏ ଗବେଷଣା ରୁ ଜଣା ପଡ଼ିଛି ଯେ କିପରି ପ୍ରାକୃତିକ ଉପାୟରେ ଆମେ ଏହିସବୁ ସମସ୍ୟା ରୁ ଆରାମ ପାଇବା।
କଣ କହୁଚି ଗବେଷଣା :-
ନିକଟରେ ସୁଇସ୍ ବୈଜ୍ଞାନିକ ମାନଙ୍କ ଦ୍ଵାରା ଗୋଟିଏ ଗବେଷଣା ହୋଇଥିଲା । ଏହି ଗବେଷଣା ରେ ମିଳି ଥିଲା ଯେ ଅଲିଭ ଅଏଲ ଅର୍ଥାତ୍ ଜୈତୁନ ଗଛର ପତ୍ର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ଖୁବ୍ ପ୍ରଭାବଶାଳୀ ଅଟେ । ଅଲିଭ ଗଛର ପତ୍ର ରେ ଅନେକ ମାତ୍ରାରେ ଯୌଗିକ ଉପାଦାନ ରହିଛି । ଯାହାକୁ ପୋଲି ଫେନାଲ୍ସ କୁହାଯାଏ । ଏଥିରେ ଆଣ୍ଟି ଇମ୍ଫଲାମେଟରି ଇଫେକ୍ଟ ରହିଥାଏ ଓ ଏହା ପୁରୁଣା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ଆରାମ ଦେଇଥାଏ ।
ଏହି ଗବେଷଣା ରୁ ଜଣା ପଡ଼ିଛି ଯେ ଅଲିଭ ଅଏଲ କରୋନାରି ଧମନୀ ଗୁଡ଼ିକ ରେ ଚର୍ବି କୁ କମାଇ ହାର୍ଟ ଆଟାକ ସମସ୍ୟା କୁ ଦୂରେଇ ଥାଏ ଓ ହୃତ ପିଣ୍ଡ କୁ ସୁରକ୍ଷା ପ୍ରଦାନ କରିଥାଏ । ଏହା ଛଡା ସ୍ତନ କ୍ୟାନ୍ସର, ଅଲ୍ସର୍ରେଟିଭ କୋଲାଇଟିଜ୍ କୁ କମ କରେ । ତା ସହିତ ଡିପ୍ରେସନ୍ ଠାରୁ ଦୂରେଇ ରଖିଥାଏ ।

ସୁଇଜରଲ୍ୟାଣ୍ଡ ରେ ଶୁଇସ୍ ବୈଜ୍ଞାନିକ ମାନେ ୧୨୪ ଜଣ ପୁରୁଷ ଓ ମହିଳା ଙ୍କୁ ନେଇ ଗୋଟିଏ ଗବେଷଣା କରିଥିଲେ । ଯେଉଁଠାରେ ସେମାନଙ୍କ ବୟସ ୫୫ ବର୍ଷ କିମ୍ବା ତହିଁରୁ ଉର୍ଦ୍ଧ୍ବ ଥିଲା । ଏଥିରେ ଅଧିକାଂଶ ଲୋକ ଓଭର୍ ୱେଟ୍ ଥିଲେ । ଏହି ଗବେଷଣା ରେ ଉକ୍ତ ବ୍ୟକ୍ତିମାନେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରେ ପୀଡିତ ଥିବା ଜଣା ପଡିଥିଲା । ସେମାନଙ୍କୁ ଅଲିଭ ପତ୍ର ରେ ପ୍ରସ୍ତୁତ ଅର୍କ ପ୍ରତିଦିନ ୨ବେଳା ୧୨୫ ମିଲିଗ୍ରମ୍ ଲେଖାଏଁ ଖାଇବାକୁ ଦିଆ ଯାଉଥିଲା ।
୬ମାସ ପରେ ସେମାନଙ୍କ ନିକଟ ରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଅଷ୍ଟ୍ରିୟୋ ଅର୍ଥାରାଇଟିସ, ମାତ୍ରା କମି ଯାଇଥିଲା ଓ ସେମାନେ ମଧ୍ୟ ଓଜନ ହ୍ରାସ କରିଥିଲେ ।

Show More

Related Articles

Back to top button