ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଗ୍ରୀଷ୍ମଋତୁରେ ଅଧିକ ହଳଦୀ ସେବନ କରିବା ହୋଇପାରେ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ

ଆୟୁର୍ବେଦ ଅନୁସାରେ ଶୀତଋତୁରେ ଅଧିକ ପରିମାଣ ରେ ହଳଦୀ ସେବନ ସ୍ୱାସ୍ଥ୍ୟ ପକ୍ଷରେ ହିତକର ହୋଇଥାଏ l ତା ସହିତ କରୋନା ସମୟରେ ମଧ୍ୟ ନିଜର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ମଧ୍ୟ ହଳଦୀ ସେବନ କରିବାକୁ ପରାମର୍ଶ ଦିଆ ଯାଇଥାଏ l

ହଳଦୀ ରେ ଆଣ୍ଟି ଇମ୍ଫ୍ଲାମେଟାରି ଓ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ମିଳିଥାଏ l ଯାହା ଆମ ଶରୀରକୁ ଅଧିକାଂଶ ରୋଗରୁ ରକ୍ଷା କରିଥାଏ l କିନ୍ତୁ ଗ୍ରୀଷ୍ମ ଋତୁରେ ଅଧିକ ହଳଦୀ ସେବନ ଶରୀର ପକ୍ଷରେ ହାନି କାରକ ଅଟେ l କାରଣ ହଳଦୀ ଗୋଟିଏ ଗରମ ଜିନିଷ, ତେଣୁ ଅଧିକ ପରିମାଣରେ ହଳଦୀ ସେବନ କିଡ୍ନୀ ଷ୍ଟୋନ ର କାରଣ ହୋଇପାରେ l

ଅଧିକ ହଳଦୀ ଖାଇବା ର ସମସ୍ୟା -:
– କିଡ଼ନୀସ୍ଟୋନ ସମସ୍ୟା :
ଗରମ ଦିନେ ଅଧିକ ପରିମାଣ ରେ ହଳଦୀ ଖାଇବା ଦ୍ୱାରା ଷ୍ଟୋନ ସମସ୍ୟା ଦେଖା ଦେଇପାରେ l ହଳଦୀ ରେ ଅକ୍ସଲେଟ ନାମକ ତତ୍ୱ ରହିଥାଏ l ଯାହା କ୍ୟାଲସିୟମ କୁ ଶରୀର ରେ ଠିକ ଭାବରେ ମିଳେଇବାକୁ ଦେଇ ନଥାଏ l ଏହାଦ୍ୱାରା ଶରୀରରେ ଷ୍ଟୋନ ସମସ୍ୟା ଦେଖା ଦେଇଥାଏ l

– ପେଟ ରେ ଯନ୍ତ୍ରଣା :
ଗ୍ରୀଷ୍ମ ଋତୁରେ ଅଧିକ ହଳଦୀ ଖାଇବା ଦ୍ୱାରା ଆପଣଙ୍କ ପେଟ ରେ ପୋଡା, ପେଟ ଟାଣିବା, ଫାମ୍ପିବା ସମସ୍ୟା ଦେଖା ଦେଇଥାଏ l ଗ୍ରୀଷ୍ମ ଋତୁରେ ହଳଦୀ ସେବନ ସୀମିତ ମାତ୍ରାରେ କରିବା ଆବଶ୍ୟକ l

– ରକ୍ତ ଚାପ ଉପରେ ପ୍ରଭାବ ପଡିପାରେ :
ଉଚ୍ଛାରକ୍ତଚାପ ରୋଗୀମାନେ ଗ୍ରୀଷ୍ମ ଋତୁରେ ସୀମିତ ପରିମାଣରେ ହଳଦୀ ସେବନ କରିବା ଉଚିତ l ଯେତିକି ତରକାରୀ ଓ ଡ଼ାଲିରେ ବ୍ୟବହାର ହୋଇ ପାରିବ l ତା ବ୍ୟତିରକେ ଦୁଗ୍ଧ କିମ୍ବା ଅନ୍ୟ କୌଣସି ପାନୀୟ ରେ ହଳଦୀ ସେବନ କରିବା ଉଚିତ ନୁହେଁ l ଏହାଦ୍ୱାରା ରକ୍ତଚାପ ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ରହିଛି l

Show More

Related Articles

Back to top button